୪ ବର୍ଷ ତଳେ ଅଳିଆ ଗଦାରେ ଫିଙ୍ଗି ଦେଇଥିଲା ମା: ଏବେ ଅନାଥାଶ୍ରମରୁ ଆମେରିକା ଯିବ ଝିଅ

This orphan girl from Odisha will be adopted by American couple

ଓଡ଼ିଆ ଗସିପ ବ୍ୟୁରୋ : କଟକର ଏକ ଅନାଥ ଆଶ୍ରମରୁ ସୁଦୂର ଆମେରିକା ଯିବ ଜଣେ ଅଭାଗା ଝିଅ । ଯାହାକୁ ଜନ୍ମ ପରେ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲା ତା ଜନ୍ମ କଲା ମା । କାହିଁକି କିଏ କେବେ ଓ କେମିତି ର ଉତ୍ତର ହୁଏତ ଏବେ ଆଉ ଜରୁରୀ ନୁହଁ କିନ୍ତୁ ଜରୁରୀ ଏହା ଯେ ଯୌବନ ଉନ୍ମାଦନାରେ ଜନ୍ମ ନେଇଥିବା ଏକ ନିରୀହ ଶିଶୁ ଆଜି ନୂଆ ଜୀବନ ପାଇବାକୁ ଯାଉଛି ।

କଟକର ଏକ ଅନାଥ ଆଶ୍ରମରୁ ସୁଦୂର ଆମେରିକା ଯିବ ଏହି ଝୁଆଜଣକ । ଥରେ ତଳେ ଦିଆ ଯାଇଥିବା ଏହି ଟୁଇଟ ଉପରେ ଥରେ ନଜର ପକାନ୍ତୁ । କଟକ ଜିଲ୍ଲାପାଳଙ୍କ ଅଫିସ ଦ୍ବାରା କରାଯାଇଥିବା ଏହି ଟୁଇଟ ଉପରେ ଥରେ ନଜର ପକାନ୍ତୁ ।

ଏଠି ଦିଆଯାଇଥିବା ତଥ୍ୟ କହୁଛି, କଟକ ଜିଲ୍ଲା ପ୍ରଶାସନ ଆମେରିକାର ଦମ୍ପତି ଶ୍ରୀମାନ ଡେଭିଡ ଏବଂ ମିସେଶ ଆନ୍ନା ଇଲିସେଙ୍କୁ ସାଲ୍ୟୁଟ କରୁଛି । ଯେଉଁଭଳି ଭାବରେ ଏହି ଆମେରିକୀୟ ଦମ୍ପତି ୪ ବର୍ଷୀୟ ନିପୁରାକୁ କୋଳେଇ ନେଇ ନୂଆ ପରିଚୟ ପ୍ରଦାନ କରିଛନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ସେମାନଙ୍କ ନିକଟରେ କୃତଜ୍ଞ ରହିଛନ୍ତି ।

ଅଧିକ ପଢ଼ନ୍ତୁ : ମୌସୁମୀ ଆସୁ ଆସୁ ଓଡ଼ିଶାକୁ ଆସିଲା ଜଳ ପ୍ରଳୟ ଭୟ: କାଲି ବଙ୍ଗୋସାଗରରେ ସୃଷ୍ଟି ହେବ ଲଘୁଚାପ

ଏବେ ଆମେରିକା ଯିବ ଏବଂ ସେଠାରେ ଡେଭିଡ ଦମ୍ପତିଙ୍କ ପାଳିତା କନ୍ୟା ଭାବେ ଲିଲିୟାନା ନାମରେ ନୂଆ ଜୀବନ ଆରମ୍ଭ କରିବ । କଟକ ଜିଲ୍ଲା ପ୍ରଶାସନର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରେ କରାଯାଇଥିବା ଏହି ପୋଷ୍ଟର ଏହା ମଧ୍ୟ ଉଲ୍ଲେଖ ରହିଛି ହେ, ଜନ୍ମ ହେଉ ହେଉ ଜନ୍ମ କଲା ବାପା ମା ଏହି କନ୍ୟା ରତ୍ନାକୁ ଅଳିଆ ଗଦାକୁ ଫୋପାଡ଼ି ଦେଇଥିଲେ । ଯାହାକୁ ଭଗବାନ ସାଜି ଉଦ୍ଧାର କରି ନୂଆ ପରିଚୟ ଦେବାକୁ ଯାଉଛନ୍ତି ଏହି ଦମ୍ପତି ।

ସେପଟେ ଏହି ଖବରକୁ ନେଇ ସୋସିଆଲ ମିଡିଆରେ ଢେର୍ ଚର୍ଚ୍ଚା । ଓଡ଼ିଶାର ସେଲିବ୍ରିଟି ସଚିବ ଅରବିନ୍ଦ ପାଢୀ ନିଜ ଟୁଇଟର ହ୍ୟାଣ୍ଡଲରେ ମଧ୍ୟ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଫଟୋକୁ ସେୟାର କରି ଲେଖିଛନ୍ତି ଯେ, Heartfelt gratitude and deepest respect to Anna and David, and team Basundhara. Love and blessings for Liliana. Mahaprabhu protect you for life.

ଏହାର ଓଡ଼ିଆ ଅର୍ଥ ହେଲା ' ଆନ୍ନା ଏବଂ ଡେଭିଡଙ୍କ ସହ ଟିମ୍ ବସୁନ୍ଧରା କୁ ହୃଦୟରୁ କୃତଜ୍ଞତା ଏବଂ ସମ୍ମାନ ଜଣାଉଛି । ଲିଲିନା ପାଇଁ ସ୍ନେହ ଏବଂ ଆଶୀର୍ବାଦ ପ୍ରଦାନ କରୁଛି । ଭଗବାନ ଜଗନ୍ନାଥଙ୍କ ନିକଟରେ ସଭିଙ୍କ ସୁଖ ଓ ଆନନ୍ଦ ମୟ ଜୀବନ କାମନା କରୁଛି '

ଅଧିକ ପଢ଼ନ୍ତୁ : ସରକାରଙ୍କ ବଡ଼ ନିଷ୍ପତ୍ତି: ଏଥର ଶସ୍ତାରେ ମିଳିବ ବିଦ୍ୟୁତ୍; ଏଣିକି ଦିନରେ ଶସ୍ତା, ରାତିରେ ମହଙ୍ଗା ହେବ ବିଦ୍ୟୁତ

କେବଳ ସଚିବ କାହିଁକି ଏଭଳି ଜଣେ ନିଷ୍ପାପ ଶିଶୁର ବାପା ମା ହେବାକୁ ଆଗଭର ହୋଇ ଆମେରିକାରୁ ଓଡ଼ିଶା ଏବଂ କଟକ ଆସିଥିବାରୁ ବିଭିନ୍ନ ମହଲରୁ ଶୁଭେଛା ଓ ପ୍ରଶଂସା କରାଯାଉଛି ।

ଏବେ ଆସନ୍ତୁ ସେ ଅଲୋଡ଼ା କନ୍ୟା ସମ୍ପର୍କରେ କିଛି ଜାଣିବା, ୪ ବର୍ଷ ତଳେ ଲିଲିୟାନାକୁ ନନ୍ଦନକାନନ ନିକଟ ଏକ ବୁଦାମୂଳେ ତା ଜନ୍ମକଲା ମାଆ ଫୋପାଡ଼ି ଦେଇ ଚାଲିଯାଇଥିଲା । କୁନି ଝିଅକୁ ଝୁଣି ଅଧାମଲା କରି ଦେଇଥିଲେ ବୁଲା କୁକୁର । ହେଲେ ସେଦିନ ମୃତ୍ୟୁକୁ ପରିହାସ କରି ଅପରିଚିତା ପାଲଟିଥିଲା ଅପରାଜିତା । ଖୋଳି ହୋଇଯାଇଥିଲା ଗୋଟିଏ ଆଖି ।

ମୁହଁର ୬୦ ପ୍ରତିଶତ ନଷ୍ଟ ହେବା ପରେ ଆହୁରି ଅଚିହ୍ନା ହୋଇଯାଇଥିଲା କଅଁଳା ଝିଅ । ଦୁଇ ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଏଇ ବସୁନ୍ଧରାରେ ବଢୁଥିଲା ଲିଲିୟନା । ଜନ୍ମକଲା ମାଆ ସିନା ତାକୁ ଦୁନିଆର ଆଲୋକ ଦେଖାଇବାକୁ ଚାହିଁ ନଥିଲା, ହେଲେ ସେ କିନ୍ତୁ ହାରି ନଥିଲା ପରିସ୍ଥିତି ପାଖରେ । ଆଉ ଏବେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରରେ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ଲିଲିୟାନା ।

Share this story