୩୦ ଦିନର ହନିମୁନ୍ ପରେ ସରିଗଲା ମିଠା; ପ୍ରେମିକାକୁ ଛାଡ଼ି ପୁଅ ଫେରାର, ମୁହଁ ଘୋଡ଼ାଉଛି ଝିଅ...

This man ditched woman after honeymoon

ଓଡ଼ିଆ ଗସିପ ବ୍ୟୁରୋ: ନିର୍ବନ୍ଧ ସରିଥିଲା ମିଠା ଖିଆ ବି ସରିଥିଲା । ବାସ୍ ସବୁ ଖିଆ ଖିଇ ସରିଗଲା ପରେ ଏବେ ଛଡ଼ା ଛଡ଼ି ହୋଇଯାଇଛନ୍ତି । ଏମିତି ଛଡ଼ାଛଡ଼ି ହେଲେ ଯେ, ମାମଲା ଏବେ ଥାନାକୁ ଗଲା । ହଁ ଏବେ ଏମିତି କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି କାମାକ୍ଷା ନଗର।

ଯୁବତୀଙ୍କ ଅଭିଯୋଗ ଅନୁସାରେ ପୁଅଟା ମିଠା ମିଠା କଥା କହିଲା ଶେଷରେ କିନ୍ତୁ ଧୋକା ଦେଇ ଠକିଦେଲା ।  ପ୍ରେମ ଜାଲରେ ଫସେଇ ଉଡାଜାହାଜରେ ଦୂର ରାଇଜକୁ ନେଇଗଲା। ଆଉ ମାସେ କାଳ ଦେହର ସୁଖ ମେଣ୍ଟାଇବା ପରେ ଛାଡି ଦେଲା । ଯାହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ।

ଏଭଳି ନୂଆଁ ଷ୍ଟାଇଲର ଲଭ,ସେକ୍ସ ଓ ଧୋକା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଲୁଅଝରଣ ଅଞ୍ଚଳରେ । ଜୈନିକା ୧୮ ବର୍ଷୀୟା ଯୁବତୀଙ୍କୁ ପ୍ରତାରଣା କରି ଛାଡି ଦେଇଛନ୍ତି ପ୍ରେମିକ ପ୍ରବୀର । କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ଯୁବକ ମନୀଷ ଦେହୁରୀ ଚଳିତ ବର୍ଷ ଅପ୍ରେଲ ମାସ ୮ ତାରିଖ ଦିନ ଆଲୁଅଝରଣ ଗାଁକୁ ଝିଅ ଦେଖିବାକୁ ଯାଇଥିଲେ । ପୂର୍ବରୁ ମନୀଷଙ୍କ ଅପା ତୁମୁସିଙ୍ଗା ଥାନା ଶ୍ରୀମୂଳା ଗାଁର ଅଞ୍ଜନା ନାୟକ ଝିଅକୁ ପସନ୍ଦ କରିଥିଲେ । ଯାହାକୁ ନେଇ ଅପ୍ରେଲ ମାସ ୧୬ ତାରିଖ ଦିନ ଉଭୟ ପରିବାର ଲୋକଙ୍କ ସହମତିରେ ସୋଗର ଗାଁ ସ୍ଥିତ ଔଷଧୀୟ ଅରଣ୍ୟ ପାର୍କ ଠାରେ ରିଙ୍ଗ ସିରିମୋନି ହେଲା ।

ଅଧିକ ପଢ଼ନ୍ତୁ: ବୃହସ୍ପତି ବକ୍ର ଚାଲଣ: ଶୁଭ କାମରେ ହାତ ଦିଅନ୍ତିନି ଏହି ୪ ରାଶି; ପାରିବାରିକ ଅଶାନ୍ତି ପ୍ରବଳ ଦେଖା ଦେବ!

ଉଭୟ ଝିଅ ଓ ପୁଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ମାତ୍ର କିଛି ଦିନ ପରେ ମନୀଷଙ୍କ ପରିବାର ଲୋକେ ବିବାହ କରିବାକୁ ମନା କରି ଦେଇଥିଲେ । ମାତ୍ର ମନୀଷ କୌଶଳ କ୍ରମେ ଅପ୍ରେଲ ୨୯ ତାରିଖ ଦିନ ଝିଅକୁ ଫେରାର କରି ଭୁବନେଶ୍ୱରରୁ ପ୍ଲାଇଟରେ ସୁରତ ନେଇଗଲା । ସେଠାରେ ମେ ମାସ ୨୫ ତାରିଖ ଦିନ ସୁରତର ଗଲଟେଶ୍ୱର ଶିବ ମନ୍ଦିରରେ ବିବାହ ମଧ୍ୟ କଲା । ହେଲେ ପରିବାରର ଅନିଚ୍ଛା ସତ୍ତ୍ୱେ ଝିଅକୁ ବିବାହ କରିଥିବା ନେଇ ମନୀଷଙ୍କ ଉପରେ ଚାପ ପଡିଥିଲା । ଯାହାକୁ ନେଇ ଜୁନ ମାସ ୧ ତାରିଖ ଦିନ ପ୍ରେମିକାକୁ ନାନା ବାହାନା କରି ଟ୍ରେନ ବସେଇ ଛାଡି ଦେଇଥିଲା ।

ଯାହାକୁ ନେଇ ପ୍ରେମିକର ବାଟକୁ ଚାହିଁ ବସିଥିଲେ ପ୍ରେମିକା । ମାତ୍ର ମନୀଷ ରୋକ ଠୋକ ପ୍ରେମିକାଙ୍କୁ ରଖିବାକୁ ମନା କରି ଦେଇଥିଲେ । ଜଣେ ୧୮ ବର୍ଷୀୟା ଯୁବତୀର ଦେହର ଭୋକ ମେଣ୍ଟାଇବା ପରେ ଛାଡି ଦେଇଥିଲା ଧୋକାବାଜ ପ୍ରେମିକ । ଯାହାକୁ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାର ପରିବାର । ଏହାକୁ ନେଇ ଥାନାରେ ରୁଜୁ ହୋଇଥିଲା ମାମଲା । ମାତ୍ର ଅଭିଯୁକ୍ତ ପ୍ରେମିକ ଏବେ ସୁରତର ଏକ କମ୍ପାନୀରେ କାର୍ଯ୍ୟରତ । ଏବଂ ତାଙ୍କର ମତ ଶୁଣିଲେ ଆପଣଙ୍କୁ ଚକିତ କରି ଦେବ ।

ସେ ଝିଅକୁ ସୁରତ ନେଇଥିଲେ । ଗୋଟିଏ ରୁମରେ ରହୁଥିଲେ ମାତ୍ର ଶାରୀରିକ ସମ୍ପର୍କ କିମ୍ବା ବିବାହ କରିଥିବା କଥାକୁ ଅସ୍ବୀକାର କରିଛନ୍ତି । ବରଂ ନିଜେ ବଂଚିବା ପାଇଁ ଝିଅ ବିରୋଧରେ ସଙ୍ଗିନ ମତ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ହୃଦୟ ଥରା ହତ୍ୟା କାଣ୍ଡ: ଝିଅକୁ ବାଇକରେ ବାନ୍ଧି ଗାଁ ସାରା ଘୋଷାଡ଼ି ନେଇ ମୃତ ଦେହ ସହ ବାପା ଯାହା କଲା...

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ନିର୍ବନ୍ଧ ସରିଥିଲା ତେବେ ମ୍ୟାରେଜ ନକରି ଝିଅକୁ ଫେରାର କରି କାହିଁକି ସୁରତ ନେଇଥିଲେ ମନୀଷ ? କେଉଁ ମାନଙ୍କର ଏଥିରେ ସମ୍ପୃକ୍ତି ରହିଛି ? କାହିଁକି ମାସେ ରଖି ଝିଅକୁ ଛାଡି ଦେଇଥିଲା ଧୋକାବାଜ ପ୍ରେମିକ? ଏବେ ଝିଅର ଭବିଷ୍ୟତ ନେଇ ଉଠୁଛି ପ୍ରଶ୍ନ ! ତୁରନ୍ତ ଧୋକାବାଜ ପ୍ରେମିକ ପ୍ରତି ଆକ୍ସନ ନେଇ ନ୍ୟାୟ ଦେବାକୁ ଦାବି କରିଛନ୍ତି ପୀଡିତା ଏବଂ ତାଙ୍କ ପରିବାର ଲୋକେ । ନଚେତ ଆତ୍ମହତ୍ୟା କରିବାକୁ ଦେଇଛନ୍ତି ଚେତାବନୀ ।

Share this story