ହୃଦୟ ଥରା ହତ୍ୟା କାଣ୍ଡ: ଝିଅକୁ ବାଇକରେ ବାନ୍ଧି ଗାଁ ସାରା ଘୋଷାଡ଼ି ନେଇ ମୃତ ଦେହ ସହ ବାପା ଯାହା କଲା...

Man kills daughter ties body to motorcycle drags through Amritsar village
ହୃଦୟ ଥରା ହତ୍ୟା କାଣ୍ଡ

ଓଡ଼ିଆ ଗସିପ୍ ବ୍ୟୁରୋ: ଝିଅର ଚରିତ୍ରକୁ ସନ୍ଦେହ କରି ଝିଅକୁ ହତ୍ୟା କରିଛି ନିଜ ଜନ୍ମକଲା ବାପା । ଖାଲି ଏତିକି ନୁହେଁ, ମୃତ ଦେହ ସହ ବାପା ଯାହା କରିଛି ତାହା ବି ଅତ୍ୟନ୍ତ ନିନ୍ଦନୀୟ । ଘଟଣାରୁ ପ୍ରକାଶ ଯେ, ଦୁଇ ଦିନ ଧରି ଝିଅ କେଉଁଆଡେ ନିଖୋଜ ଥିଲା । ଏହା ପରେ ନିଖୋଜ ଥିବା ଝିଅ ଦୁଇ ଦିନ ପରେ ଘରକୁ ଫେରିଥିଲା । ଝିଅକୁ ଦୁଇ ଦିନ ପରେ ଘରେ ଦେଖି ଭୀଷଣ ରାଗିଯାଇଥିଲା ବାପା ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଆଉ ଝିଅର ଚରିତ୍ରକୁ ସନ୍ଦେହ କରି ତାକୁ ନିର୍ଯାତନା ଦେବା ସହ ଜୀବନରୁ ମାରିଦେଇଥିଲା ବାପା । ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଅମୃତସରର ଟାଙ୍ଗରା ଅଞ୍ଚଳରେ । ଝିଅକୁ ନିଜ ହାତରେ ହତ୍ୟା କରି ବି ବାପାର ରାଗ କେବଳ ସେତିକିରେ ଶାନ୍ତ ହୋଇନଥିଲା । ଝିଅ ମୃତଦେହକୁ ବାଇକରେ ବାନ୍ଧି ଗାଁ ସାରା ଘୋଷାଡ଼ି ଘୋଷାଡ଼ି ନେଇଥିଲା ବାପା। ବାଇକରେ ଘୋଷାଡ଼ିବା ପରେ ନିକଟରେ ଥିବା ଟ୍ରେନ ଟ୍ରାକରେ ଫିଙ୍ଗି ଦେଇଥିଲା ସୈତାନ ବାପା।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଏସବୁ ଗାଁ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଅଭିଯୁକ୍ତ ବାପା ଫେରାର ରହିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ମୁତାବକ ମୃତ ଝିଅଟି ହେଉଛି ଜଣେ ୧୬ ବର୍ଷୀୟ ନାବାଳିକା ।

Share this story