କଳ୍ପନାଜଳ୍ପନାର ଅବସାନ ଘଟିଲା ; ବିକ୍ରମ, ଶାରଦା ଓ ସୁଦାମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବେ

These MLAs will take oath as cabinet minister

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତାକାଲି ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ । ୩ ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେବେ । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ପୁଣି ଥରେ କ୍ୟାବିନେଟ୍‌ରେ ସାମିଲ୍ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି ।

ସେହିପରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ବାଙ୍ଗିରପୋଷି ବିଧାୟକ ସୁଦାମ୍ ମାରାଣ୍ଡିଙ୍କୁ ମଧ୍ୟ୍ କ୍ୟାବିନେଟ୍‌ରେ ସାମିଲ୍ କରାଯିବ । ଆସନ୍ତାକାଲି ସକାଳ ୯.୫୦ରେ ଲୋକସେବା ଭୁବନରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏବଂ ସ୍କୁଲ୍ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳରେ ତିନୋଟି ପଦବୀ ଖାଲିଥିଲା । ଏହି ୩ ପଦବୀରେ ୩ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ : ଆସନ୍ତା କାଲି ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍ କଲ୍

ରାଜ୍ୟପାଳ ଗଣେଶୀ ଲାଲ୍ ଆଜି ସନ୍ଧ୍ୟାରେ ଭୁବନେଶ୍ୱରେ ଆସି ପହଞ୍ଚିଛନ୍ତି । ରାଜ୍ୟପାଳଙ୍କ ଅନୁପସ୍ଥିତ ଯୋଗୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଟକି ଥିଲା । ଏହି ୩ଜଣ ପୂର୍ବରୁ ବି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିଲେ । ଲୋକସଭା ଭବନର କନଭେନସନ୍ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ସୂଚନା ମିଳିଛି ।

ଆଜି ଅପରାହ୍ନ ରେ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଯାଇଥିଲା ଫୋନ୍ କଲ୍ । ଆରୁଖ, ମାରାଣ୍ଡି ଓ ସାରଦାଙ୍କୁ ଯାଇଥିଲା ଫୋନ୍ କଲ୍ । ବିଧାୟକ ବିକ୍ରମ ଆରୁଖଙ୍କ ପାଖକୁ ଫୋନ୍ କଲ୍ ଯାଇଥିବା ବେଳେ ବିଧାୟକ ସାରଦା ନାୟକ ଓ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ମଧ୍ୟ କଲ୍ ଯାଇଥିବା ସୂଚନା ମିଳିଛି । କାଲି ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଫୋନ୍ କଲ୍ ଯାଇଛି ।

Share this story