ବାଇକ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଟ୍ରକ ଫେରାର, ମା ମୃତ ୪ ମାସର ଶିଶୁପୁତ୍ର ସହ ବାପ ଗୁରୁତର 

The Truck Hit The Bike, Mother Died, Father And Son Injured
ବାଇକ୍କୁ ଧକ୍କା ଟ୍ରକ, ମା ମୃତ ୪ ମାସର ଶିଶୁପୁତ୍ର ସହ ବାପ ଗୁରୁତର 

ଓଡ଼ିଆ ଗସିପ୍ ବ୍ୟୁରୋ:କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ମୟୁର ଭଞ୍ଜ ଜିଲ୍ଲା ଚଢେଇଭୋଳ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମା ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ମାସର ଶିଶୁ ପୁତ୍ର ଓ ସ୍ୱାମୀଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ମୃତକ ହେଲେ ଘଟଗାଁ ଥାନା ଗୋବରାବେଡା ଗ୍ରାମର ପ୍ରାଣବନ୍ଧୁ ନାଏକଙ୍କ ସ୍ତ୍ରୀ ମଲ୍ଲୀ ନାଏକ ଗୁରୁତର ସ୍ୱାମୀ ପ୍ରାଣବନ୍ଧୁ ଏବଂ ୪ ମାସର ଶିଶୁ ପୁତ୍ର ସିନ୍ଧୁ ନାଏକ । ଶିଶୁ ପୁତ୍ରଟିର ଜ୍ୱର ହୋଇଥିବାରୁ ଇନ୍ଦୁପୁରକୁ ଚିକିତ୍ସା କରାଇବା ପାଇଁ ଆସିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ପୂରଣ ହେଲା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିଶୃତି, ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା ରାଶି

ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ କରଞ୍ଜିଆ ଓ ଚଢେଇ ଭୋଳ ଫାଣ୍ଡି ପୋଲିସ ପହଁଚି ତଦନ୍ତ କରୁଛି ।

Share this story