ମଧୁର ପ୍ରତିଶ୍ରୁତି ! ପୂର୍ବୋଦୟ ‘ଧୂଆଁବାଣ’, କେନ୍ଦ୍ରର ରାଜପଥ ପ୍ରତାରଣା
 

The Centers Highway Deception
ରାଜପଥ ପ୍ରତାରଣା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେପିର ଜାତୀୟ ଓ ରାଜ୍ୟ ନେତୃତ୍ବ ଆଉ ‘ପୂର୍ବୋଦୟ’ କଥା କହୁ ନାହାନ୍ତି। ଓଡ଼ିଶା ସହ ପୂର୍ବଭାରତର ବିକାଶ, ପାରାଦ୍ୱୀପକୁ ପୂର୍ବ ଭାରତର ବିକାଶ ଦ୍ୱାର କରିବାର ମଧୁର ପ୍ରତିଶ୍ରୁତି ଏବେ ଧୂଆଁବାଣରେ ପରିଣତ ହୋଇଛି। ଜାତୀୟ ଜଳପଥ, ଜାତୀୟ ରାଜପଥ, ଉପକୂଳ ସୁରକ୍ଷା ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାକୁ ଉପେକ୍ଷା କରିଛନ୍ତି। 

କେନ୍ଦ୍ର ବିଜେପି ସରକାରଙ୍କ ଏହି ପ୍ରତାରଣାକୁ ତଥାକଥିତ ‘ଅସ୍ମିତା’ ପ୍ରେମୀ ରାଜ୍ୟ ବିଜେପି ନେତାମାନେ ନିରବରେ ସହ୍ୟ କରିଛନ୍ତି। ଓଡ଼ିଶାକୁ କେନ୍ଦ୍ରର ଅବହେଳା ବିରୋଧରେ ସ୍ୱର ଉଠାଇବା ତ ଦୂରର କଥା; ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସଂସଦରେ ଥରଟିଏ ବି ରାଜ୍ୟର ୮ ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲିଥିବାର ଉଦାହରଣ ନାହିଁ। ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ଜାତୀୟ ରାଜପଥଗୁଡ଼ିକରେ କେବଳ ଭଙ୍ଗାଗଢ଼ା ଚାଲିଛି ଓ ଠିକାଦାରମାନଙ୍କର ଲେଉଟିଆ ପଟାଳି ପାଲଟିଛି। 

ନା’ ନୂଆ ରାଜପଥ ନିର୍ମାଣ ହୋଇ ପାରିଛି; ନା’ ଜଳପଥ କାର୍ଯ୍ୟକାରିତା ହୋଇଛି। ୧୦ବର୍ଷ ଧରି ଗୋଟିଏ ୫୫ ନମ୍ବର ରାଜପଥ ଶେଷ ହୋଇ ପାରିନାହିଁ, ଏହି ରାସ୍ତାରେ ୨ ହଜାର ଲୋକଙ୍କ ଜୀବନ ଗଲାଣି। ୧୦ବର୍ଷ ପ୍ରତିଶ୍ରୁତି ଶୁଣିଶୁଣି ଓଡ଼ିଶାବାସୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଛି ଏବଂ ଏବେ ପୁଣି ନିର୍ବାଚନ ପର୍ଯ୍ୟଟନରେ ଆସୁଥିବା ବିଜେପିର ଜାତୀୟ ନେତାମାନେ ରାଜପଥର ପ୍ରତିଶ୍ରୁତି ଅଜାଡ଼ି ଦେଉଛନ୍ତି।

ଭୌଗୋଳିକ ଅବସ୍ଥିତ ଓ ସମୟର ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶାର ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିଣତ କରିବାର ସର୍ବାଧିକ ଆବଶ୍ୟକତା ଥିଲେ ହେଁ, କେନ୍ଦ୍ର ସରକାରଙ୍କ ନୀତି ଏବଂ ନିଷ୍ପତ୍ତି ବିଶେଷଜ୍ଞ ମହଲକୁ ତାଜୁବ୍‌ କରିଛି। ସଂସଦରେ ଉପସ୍ଥାପିତ କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୨୦୧୯-୨୦ରୁ ୨୦୨୨-୨୩ ଆର୍ଥିକ ବର୍ଷ ଅର୍ଥାତ୍‌ ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାର ମାତ୍ର ୧୩୬ କିଲୋମିଟର ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ରୂପାନ୍ତରଣ କରାଯାଇଛି। 

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ବିଡ଼ମ୍ବନା ହେଉଛି ଏହି ଅବଧି ମଧ୍ୟରେ ଆନ୍ଧ୍ର ପ୍ରଦେଶର ୧୩୭୩ କିମି, ଗୁଜୁରାଟର ୧୨୫୦ କିମି, ତେଲେଙ୍ଗାନାର ୧୧୩୦ କିମି, ଉତ୍ତରପ୍ରଦେଶର ୫୫୪ କିମି, ବିହାରର ୫୮୫ କିମି ଏବଂ ମହାରାଷ୍ଟ୍ରର ୫୬୧ କିଲୋମିଟର ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିବର୍ତ୍ତନ କରାଯାଇଛି। ପଡେ଼ାଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ କେନ୍ଦ୍ର ସରକାର ଏ କ୍ଷେତ୍ରରେ ଯଥେଷ୍ଟ ପ୍ରାଧାନ୍ୟ ଦେଇଥିବା ବେଳେ ଓଡ଼ିଶାର ହକ୍‌ ପ୍ରତି ଆଖି ବୁଜି ଦେଇଛନ୍ତି।

ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳାର ଉଦାହରଣ ଏଇଠି ସରୁନାହିଁ। ରାଜ୍ୟ ମଧ୍ୟରେ ଜାତୀୟ ରାଜପଥର ଅବସ୍ଥିତି କ୍ଷେତ୍ରରେ ଓଡ଼ିଶା ବହୁ ପଛରେ। ମହାରାଷ୍ଟ୍ରରେ ମୋଟ ୧୭୭୫୭ କିଲୋମିଟର ଜାତୀୟ ରାଜପଥ ରହିଥିବା ବେଳେ ଉତ୍ତର ପ୍ରଦେଶରେ ୧୧୭୩୭ କିମି, ରାଜସ୍ଥାନରେ ୧୦୩୪୨ କିମି ଜାତୀୟ ରାଜପଥ ରହିଛି। ତୁଳନାତ୍ମକ ଭାବେ ଓଡ଼ିଶାରେ ମାତ୍ର ୫୭୬୨ କିଲୋମିଟର ଜାତୀୟ ରାଜପଥ ରହିଥିବା ଜଣାପଡ଼ିଛି।

କୌଣସି ଅଞ୍ଚଳର ଅର୍ଥନୈତିକ-ସାମାଜିକ- ସାଂସ୍କୃତିକ ବିକାଶ କ୍ଷେତ୍ରରେ ଉନ୍ନତ ସଡ଼କ ଯୋଗାଯୋଗ ବ୍ୟବସ୍ଥାର ସର୍ବାଧିକ ଗୁରୁତ୍ୱ ରହିଛି। ଏହି କଥାଟିକୁ ବିଜେପି ବୁଝିନାହିଁ ନା ଜାଣିଶୁଣି ଓଡ଼ିଶାର ବିକାଶ ପ୍ରତି ମୁହଁ ମୋଡ଼ି ଦେଇଛି, ତାହାକୁ ନେଇ ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନବାସୀ ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ : ପାରିବାରିକ ସମସ୍ୟା ଦେଖାଦେବା ସହ ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 

ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଲଗାତାର ଅବିଚାର ସତ୍ତ୍ବେ ରାଜ୍ୟ ସରକାର କିନ୍ତୁ ଚୁପ୍‌ ହୋଇ ବସିଯାଇ ନାହାନ୍ତି। ଗୁଣାତ୍ମକ ମାନ ଦୃଷ୍ଟିରୁ ଜାତୀୟ ରାଜପଥ ସହ ସମକକ୍ଷ ୫୪୬ କିଲୋମିଟର ‘ବିଜୁ ଏକ୍ସପ୍ରେସ ୱେ’ ନିର୍ମାଣ କରିଛନ୍ତି। ଆମପାଣିଠାରେ ‘ବିଜୁ ଏକ୍ସପ୍ରେସ ୱେ’କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ‘ବିଜୁ ଅର୍ଥନୈତିକ କରିଡର’ ପଶ୍ଚିମ ଓଡ଼ିଶାର ଜୀବନ ରେଖା ପାଲଟିଛି। 

ପଶ୍ଚିମରୁ ଦକ୍ଷିଣକୁ ଯୋଡ଼ୁଥିବା ଏହି ଏକ୍ସପ୍ରେସ ୱେ ଓଡ଼ିଶାର ବିକାଶକୁ ଏକ ନୂଆ ଦିଗନ୍ତ ପ୍ରଦାନ କରିଛିି। ସେହିପରି ରାଜ୍ୟରେ ଦ୍ୱିତୀୟ ‘ବିଜୁ ଏକ୍ସପ୍ରେସ-ୱେ’ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ୪ ଲେନ୍‌ ବିଶିଷ୍ଟ ୩୩୫ କିମି ଲମ୍ବର ‘ବିଜୁ ଏକ୍ସପ୍ରେସ୍‌-ୱ-୨’ ବ୍ରହ୍ମପୁର ଓ ଜୟପୁରକୁ ସଂଯୋଗ କରିବାକୁ ୬୧୦୦ କୋଟି ଟଙ୍କାର ବରାଦ କରାଯାଇଛି। ଯାହା ରାଜ୍ୟର ସାମଗ୍ରିକ ବିକାଶ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ମତପ୍ରକାଶ ପାଇଛି।

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story