ଲଜ୍ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ, ସ୍ବାମୀ ଫେରାର
 

The body of the woman was recovered from the lodge
ଲଜ୍ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ,
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଯୁବତୀଙ୍କ ଘର କେରଳ ହୋଇଥିବା ବେଳେ ତାଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଜଣାପଡ଼ିଛି।

ଅଧିକ ପଢନ୍ତୁ :ସପ୍ତାହିକ ରାଶିଫଳ: ପାରିବାରିକ ଜୀବନରେ ଅସ୍ଥିରତା ସହିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ

ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଉଭୟ ସ୍ବାମୀ-ସ୍ତ୍ରୀ ଆସି ଲଜ୍‌ରେ ରହୁଥିଲେ। ଉଭୟ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଥିଲେ। ଗତକାଲି ସନ୍ଧ୍ୟାରେ ଲଜ କର୍ମଚାରୀ ସଫେଇ କରିବା ପାଇଁ ଅବଦୁଲଙ୍କ କବାଟ ବାଡେଇଥିଲେ। 

ଅଧିକ ପଢନ୍ତୁ : ଶନି ଗୋଚର ଏମାନଙ୍କ ଉପରେ ପଡିବ, ଖୁବ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି ଏହି ରାଶି ଲୋକ, ପଢନ୍ତୁ ରାଶିଫଳ 

ହେଲେ କେହି କବାଟ ଖୋଲି ନ ଥିଲେ। ଏ ନେଇ ଲଜ୍ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ରୁମର କବାଟ ଭାଙ୍ଗି ଭିତରେ ପଶିଥିଲେ। ରୁମ ଭିତରେ ଅବଦୁଲଙ୍କ ମୃତଦେହ ପଡ଼ିଥିଲା। ହେଲେ ତାଙ୍କ ପୁରୁଷ ବନ୍ଧୁ ଘଟଣା ସ୍ଥାନରୁ ଫେରାର ହୋଇଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ଯୁବତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା
 

Share this story