ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ଏହି ନୂଆ ଦାୟିତ୍ବ
ଓଡ଼ିଆ ଗସିପ୍ ବ୍ୟୁରୋ: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ବ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ନିଯୁକ୍ତି ପାଇବା ପୁର୍ବରୁ ଆଜି ଓଇଆରସି ଅଧ୍ୟକ୍ଷ ଦାୟିତ୍ୱରୁ ସେ ଅବ୍ୟାହତି ନେଇଛନ୍ତି।
ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !
ଏଥି ସହିତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିଯୁକ୍ତି ପରିପ୍ରେକ୍ଷୀରେ ବର୍ତ୍ତମାନ କ୍ୟାବିନେଟ୍ ର୍ୟାଙ୍କ ସହିତ ମୁଖ୍ୟ ପରାମର୍ଶଦାତା (ସ୍ୱତନ୍ତ୍ର କାର୍ଯ୍ୟକ୍ରମ) ଥିବା ଆର ବାଲକ୍ରିଷ୍ଣନ୍ ସେହି ଦାୟିତ୍ୱରେ ରହିବେ । ଶ୍ରୀ ବାଲକ୍ରିଷ୍ଣନ୍ଙ୍କୁ ଅତିରିକ୍ତ ଭାବେ ପ୍ରଦାନ କରାଯାଇ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଦାୟିତ୍ୱରୁ ଅପସାରଣ କରାଯାଇଛି ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ଅପରପକ୍ଷେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅନୁରୋଧ କ୍ରମେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!