କ'ଣ ଏହିରୋମିଓ-ଜୁଲିଏଟ୍ ଆଇନ ? ଭାରତରେ ଲାଗୁ ହେବ କି?ଅଧିକ ଜାଣନ୍ତୁ

Supreme Court seeks response on decriminalizing consensual teenage sex Romeo Juliet law under review

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶରେ 18 ବର୍ଷରୁ କମ୍ ବାଳକ ଏବଂ ବାଳିକାମାନଙ୍କ ମଧ୍ୟରେ ସହମତି ଭିତ୍ତିକ ଶାରିରୀକ ସମ୍ପର୍କ ଆଇନଗତ ଭାବେ ବୈଧ ହୋଇପାରେ । ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି । ଏଭଳି ପରିସ୍ଥିତିରେ ଦେଶରେ ରୋମିଓ-ଜୁଲିଏଟ୍ ଆଇନ କାର୍ଯ୍ୟକାରୀ ହୋଇପାରିବ କି ବୋଲି ପ୍ରଶ୍ନ ଉଠିଛି ।

ଅଧିକ ପଢ଼ନ୍ତୁ : ରବିବାରର ରାଶିଫଳ: ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି

କିଶୋର ମାନଙ୍କ ସହମତି ଭିତ୍ତିକ ଯୌନ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିବା ପାଇଁ ରୋମିଓ-ଜୁଲିଏଟ୍ ଆଇନର ଲାଗୁ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରର ପ୍ରତିକ୍ରିୟା ଲୋଡିଛନ୍ତି । ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଏହି ଆବେଦନରେ ଦର୍ଶାଯାଇଛି ଯେ 18 ବର୍ଷରୁ କମ୍ ବାଳିକା ଏବଂ 18 ବର୍ଷରୁ ଅଧିକ ଯୁବକମାନେ ସହମତି ଭିତ୍ତିରେ ଶାରିରୀକ ସମ୍ପର୍କ ରଖୁଛନ୍ତି । କିନ୍ତୁ ଯୁବକକୁ ଆଇନଗତ ଭାବେ ଗିରଫ କରାଯାଉଛି । ଯଦି ଝିଅ ଗର୍ଭବତୀ ହୁଏ ତେବେ ଏହାକୁ ଦୁଷ୍କର୍ମ କୁହାଯାଉଛି । ତାଙ୍କ ପିତାମାତା ପୋଲିସ ନିକଟରେ ଅଭିଯୋଗ କରୁଛନ୍ତି ।

 କଣ କହୁଛି ପୋକ୍ସୋ ଆଇନ୍ ? ଯୌନ ଅପରାଧରୁ ଶିଶୁମାନଙ୍କର ସୁରକ୍ଷା (POCSO) ଅଧିନିୟମ, 2012 ଅନୁଯାୟୀ, 18 ବର୍ଷରୁ କମ୍ ବୟସର ପିଲାର ସମ୍ମତି ମହତ୍ୱହୀନ । ଯେକୌଣସି ବ୍ୟକ୍ତି ଏପରି ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ, ସେ ଯୌନ ନିର୍ଯାତନାରେ ଦୋଷୀ । ଭାରତୀୟ ଦଣ୍ଡ ସଂହିତା ଧାରା 375 ଅନୁଯାୟୀ, 16 ବର୍ଷରୁ କମ୍ ଝିଅର ସହମତିରେ ଯୌନ ସମ୍ପର୍କ ଦୁଷ୍କର୍ମ । ରୋମିଓ-ଜୁଲିଏଟ୍ ନିୟମ କ'? ରୋମିଓ-ଜୁଲିଏଟ୍ ନିୟମ ଅନେକ ଦେଶରେ ଲାଗୁ ହୋଇଛି । ଏହା ଅଧୀନରେ ନାବାଳିକା ଯୌନ ମାମଲାରେ ଆଇନଗତ ବଳାତ୍କାର ଅଭିଯୋଗ ପ୍ରଯୁଜ୍ୟ ହେବ ଯଦି ବାଳକ ବୟସ୍କ ହୋଇଥିବେ । 2007 ପରଠାରୁ, ଅନେକ ଦେଶ ରୋମିଓ-ଜୁଲିଏଟ୍ ନିୟମ ଆପଣେଇଛନ୍ତି ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

 ଏହି ନିୟମ ଝିଅ ଠାରୁ ପୁଅ 4 ବର୍ଷରୁ ଅଧିକ ବଡ଼ ହୋଇ ନଥିଲେ ଏବଂ ଝିଅ ସହମତିର ସମ୍ପର୍କ ରଖିଥିଲେ ଗିରଫରୁ ରକ୍ଷା ପାଇଥାଏ । ଆବେଦନରେ କ'ଣ ଅଛି ? ସୁପ୍ରିମକୋର୍ଟରେ ଆବେଦନକାରୀ ଆଡଭୋକେଟ ହର୍ଷ ବିଭୋର ସିଙ୍ଗଲ ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚକୁ ଅନୁରୋଧ କରିଛନ୍ତି ଯେ 16-18 ବର୍ଷ ବୟସର ଝିଅମାନଙ୍କ ସହମତି ଭିତ୍ତିରେ ଯୌନ ସମ୍ପର୍କ ରଖି 18 ବର୍ଷ ବୟସର ଅନେକ ପୁଅ ଗିରଫ ହେଉଛନ୍ତି ।

ସେମାନଙ୍କ ବୟସ 18 ବଷର୍ରୁ ଅଧିକ ହେବା ପରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଅନେକ କିଶୋର ଏବେ ଶାରୀରିକ ସମ୍ପର୍କ ରଖି ଆଇନଗତ ସମସ୍ୟାର ସାମ୍ନା କରୁଛନ୍ତି । ଏଥିପାଇଁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଅନେକ ଦେଶ ମଧ୍ୟ ରୋମିଓ-ଜୁଲିଏଟ ଆଇନ୍ ଆଣିଛନ୍ତି । ଯାହାଦ୍ୱାରା ଆଉ ଏହି ପିଢି ଆଇନର ଜାଲରେ ଛନ୍ଦି ହେବେ ନାହିଁ । ତେଣୁ ଏବେ ଭାରତରେ ମଧ୍ୟ ସମାନ ପ୍ରକାର ଆଇନ ଆସିବା ଆବଶ୍ୟକ ବୋଲି ଦାବି ହୋଇଛି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ କରାଯାଇଥିବା ଏକ ଅଧ୍ୟୟନକୁ ଆବେଦନକାରୀ ଦର୍ଶାଇଛନ୍ତି । ଏହା ଅନୁଯାୟୀ, 25-49 ବର୍ଷ ବୟସର 10% ମହିଳା 15 ବର୍ଷ ବୟସ ପୂର୍ବରୁ ସେମାନଙ୍କର ପ୍ରଥମ ଯୌନ ସମ୍ପର୍କ ରଖିଥିଲେ । 39% ମହିଳା 18 ବର୍ଷ ବୟସ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଥିଲେ ।

 

Share this story