ରବିବାରର ରାଶିଫଳ: ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି
 

ସୂର୍ଯ୍ୟଙ୍କ ବାରରେ କେଉଁ ରାଶିରେ ଅଛି ରାହୁ ଚଳଣ ? କେଉଁ ରାଶି ପାଇଁ ରବିବାର ଭଲ ? ଖରାପ ଥିଲେ, ଏଥିପାଇଁ ରହିଛି ପ୍ରତିକାର, ପଢନ୍ତୁ…

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ: ନକାରାତ୍ମକ ଚିନ୍ତା ମନକୁ ଆସିବ କୌଣସି ପ୍ରସଙ୍ଗକୁ ନେଇ ପାରିବାରିକ ସମସ୍ୟା ଦେଖାଦେଇପାରେ । ବାଧାବିଘନ୍ନ ଓ ସମସ୍ୟା ଲଗି ରହିବ । ନକାରାତ୍ମକ ଚିନ୍ତା ମନକୁ ଆସିବ ।
ବୃଷ: ମନ ଭଲ ରହିବ ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମାନ ସମାନ ମିଳିବ । ପଡୋଶୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଧୁରିବ। ମନ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବ ।
ମିଥୁନ: ଉଚ୍ଚ ସମ୍ମାନ ପାଇବେ ଛାତ୍ରଛାତ୍ରୀଙ୍କୁ କ୍ରିଡା କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିତ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

କର୍କଟ: ଚିନ୍ତାରେ ରହିପାରନ୍ତି ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି । ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟ-ବ୍ୟବସାୟ ପାଇଁ ଦିନଟି ଅନୁକୂଳ । ବିଦ୍ୟାର୍ଥିମାନେ ପାଠପଢାରେ କୃତକାର୍ଯ୍ୟ ହେବେ ।

ସିଂହ: ପାରିବାରିକ ସୁଖ ଶାନ୍ତି ରହିବ ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାଧିନ ଥିବା ମାମଲାରେ ଜୟଯୁକ୍ତ ହେବେ । ପାରିବାରିକ ସୁଖ ଶାନ୍ତି ରହିବ । ବ୍ୟବସାୟୀ ମାନେ ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।
କନ୍ୟା: ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ଆଜି କିଛି ନୂଆ କାର୍ଯ୍ୟର ଶୁଭାରମ୍ଭ କରି ପାରନ୍ତି । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ମାନସିକ ଏବଂ ଶାରୀରିକ ଜୀବନ ସୁଖପ୍ରଦ ହେବ । ପରିବାର ସହ ଉତ୍ତମ ସମୟ ବିତାଇବେ । ମହିଳଆମାନେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖିକାର୍ଯ୍ୟ କରିବେ। କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ତୁଳା: ବିବାହ ପ୍ରସ୍ତାବ ଆସିପାରେ ଆପଣଙ୍କର କୌଣସି ଇଚ୍ଛା ପୂରଣ ହୋଇପାରେ । ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିଛି । ବିବାହ ପ୍ରସ୍ତାବ ପାଇବାର ସମ୍ଭାବନା ଅଛି । ଆର୍ଥିକ ଉନ୍ନତି ହେବ । ବିଦ୍ୟାର୍ଥୀ ପାଠପଢାରେ ମନନିବେଶ କରିବେ ।

ବିଛା: ଦାମ୍ପତ୍ୟ ଜୀବନ ମଧୁର ହେବ ପାରିବାରିକ ଜୀବନ ରେ ଖୁସି ଲାଗିରହିବ । ଆୟ ବୃଦ୍ଧି ହୋଇପାରେ । ସମାଜରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ଏବଂ ବିଦ୍ୟାର୍ଥୀ ନୂତନସ୍ଥାନ ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନ ମଧୁର ହେବ ।

ଧନୁ: ସ୍ୱାସ୍ଥ୍ୟ ଉତ୍ତମ ରହିବ ଆପଣ ଯାହା ବି କରିବେ ସମୟ ପୂର୍ବରୁ ଏହା ସମାପ୍ତ ହେବ । କର୍ମ କ୍ଷେତ୍ର ରେ ଅଭିଜ୍ଞତାରୁ ଲାଭ ମିଳିବ । ଭ୍ରମଣ ଯୋଗ ରହିଛି । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ । ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ ।

ଅଧିକ ପଢ଼ନ୍ତୁ: ଅବୈଧ ଡ୍ରଗ୍ସ ନେଉଥିଲେ ଦୂତୀ ! ୪ ବର୍ଷ ଯାଏ ଟ୍ରାକରେ ଦୌଡ଼ି ପାରିବେନି ଦୌଡ଼ରାଣୀ 

ମକର: ବିଦ୍ୟାର୍ଥୀ ଲାଭବାନ ହେବେ ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ । ନିଜ ସାଥୀ ଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ । ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀ ଲାଭବାନ ହେବେ । ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡିବ।

କୁମ୍ଭ: ଅର୍ଥ ନିବେଶ କରିପାରନ୍ତି ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ । ନିବେଶ ପାଇଁ ଦିନଟି ଭଲ ରହିଛି । ଆସନ୍ତାକାଲି ମିଶ୍ରିତ ଫଳାଫଳ ଆସିବ, କିନ୍ତୁ ସେଗୁଡ଼ିକ ଆପଣଙ୍କ ସପକ୍ଷରେ ରହିବ ।

ମୀନ: ରାଜନୈତିକ ବ୍ୟକ୍ତିମାନେ ସଫଳ ହେବେ ରାଜନୈତିକ ବ୍ୟକ୍ତିମାନେ ସମାଜରେ ଏକ ଭଲ ଭାବମୂର୍ତ୍ତି ପାଇବେ । ବ୍ୟବସାୟ ସନ୍ତୋଷ ଜଣକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପରିବାର ସଦସ୍ୟଙ୍କ ସହିତ ସର୍ବାଧିକ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ ।

 

Share this story