ଆଜିଠାରୁ ଆରମ୍ଭ ହେଲା ଖରାଛୁଟି, ଜୁନ୍‌ ୧୮ରେ ଖୋଲିବ ଓଡ଼ିଶା ହାଇକୋର୍ଟ। ଜରୁରୀ ମାମଲର ଶୁଣାଣି....
 

Summer Vacation of Orissa HC Begins Today
ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିଠାରୁ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ବା ଖରାଛୁଟି ଆରମ୍ଭ ହେଉଛି। ଏହା ଜୁନ୍‌ ୧୭ ପର୍ଯ୍ୟନ୍ତ ଚାଲିବ। ଜୁନ ୧୮ରେ ହାଇକୋର୍ଟ ଖୋଲିବ।

ଏ ସଂକ୍ରାନ୍ତରେ ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହେବା ସହ ଅବକାଶକାଳୀନ ଅଦାଲତ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଗ୍ରୀଷ୍ମ ଅବକାଶ ସମୟରେ ମୋଟ ୭ଦିନ ଅବକାଶକାଳୀନ ଅଦାଲତ ବସିବ। 

ଅଧିକ ପଢନ୍ତୁ : ହାର୍ଟ ଷ୍ଟ୍ରୋକ୍ ଭଳି ସମସ୍ୟା ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଆସନ୍ତା ମେ’ ୨୩, ୨୮, ୩୦ ଏବଂ ଜୁନ ୪, ୬, ୧୧ ଓ ୧୨ ତାରିଖରେ ଅବକାଶକାଳୀନ ଅଦାଲତ ଜରୁରୀ ମାମଲାଗୁଡ଼ିକର ଶୁଣାଣି କରିବେ। ଜରୁରୀ ମାମଲାଗୁଡ଼ିକ ତାଲିକାଭୁକ୍ତ ପାଇଁ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ ମଧ୍ୟରେ ଇ-ଫାଇଲିଂ କରାଯିବ।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...
 

Share this story