ଭୟଙ୍କର ବଜ୍ରପାତ ସହ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ, ଘଣ୍ଟାଏ ଭିତରେ ୪୨ ହଜାରରୁ ଅଧିକ ଥର ବିଜୁଳି ମାଡ଼

Several areas waterlogged after heavy rain in Bhubaneswar
ଭୟଙ୍କର ବଜ୍ରପାତ ସହ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭୟଙ୍କର ବଜ୍ରପାତ ସହ ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ ଭୁବନେଶ୍ୱର । ୨୧ ମିନିଟରେ ୬ ହଜାର ୯୦୬ ଥର ଓ ଘଣ୍ଟାଏ ଭିତରେ ରାଜଧାନୀରେ ୪୨ ହଜାରରୁ ଅଧିକ ଥର ବିଜୁଳି ମାରିଥିବା ଜଣାପଡିଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି । କିଛି ସମୟ ପାଇଁ ଯାତାୟତ ଠପ୍ । 

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ଦୁଇ ଘଂଟାରୁ ଅଧିକ ସମୟ ହେଲା ବର୍ଷା ଲାଗି ରହିଥିବା ବେଳେ ଲୋକେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ଜନଜୀବନ ବାଧାପ୍ରସ୍ତ ହୋଇଛି । ଘନ ଘନ ଅନ୍ଧାର କରି ନିର୍ଧୁମ୍ ବର୍ଷା ଛେଚିଛି ।  

ପାଣି ଜମି ରହିବା ଯୋଗୁଁ ଟ୍ୱିନ ସିଟିରେ ଟ୍ରାଫିକ୍‌ ଜାମ୍‌ ସ୍ଥିତି ସୃଷ୍ଟି ହୋଇଛି ।  ଭୁବନେଶ୍ୱରରେ ୭୧ମିମି ବର୍ଷା ରେକର୍ଡ ହୋଇଛି । ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରେ ୭୧ ମିମି ବର୍ଷା ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ଅନ୍ୟପଟେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତା ତିନି ଘଣ୍ଟା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ଆଗରେ ଏକାଧିକ କାର ବୁଡି ଯାଇଥିବା ଦେଖିବାକୁ ମିଳିଛି ।
 

Share this story