୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ବରିଷ୍ଠ କିରାଣୀ
 

Senior Clerk Under Vigilance Scanner in Odishas angul
ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ବରିଷ୍ଠ କିରାଣୀ ନିତ୍ୟାନନ୍ଦ ଗାଇଗରିଆ । ଜଣେ ସରକାରୀ କର୍ମଚାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ । 

ଅଧିକ ପଢନ୍ତୁ : ୫ରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା  ‘ମିଚାଉଁ’, ଘଣ୍ଟାପ୍ରତି ୧୦୦କିମି ଛୁଇଁବ ପବନ!

ଜୁନିୟର ଆସିଷ୍ଟାଣ୍ଟ ପୁର୍ଣ୍ଣଚନ୍ଦ୍ର ଭୁକ୍ତାଙ୍କ ଦରମା କରାଇ ଦେବାକୁ ୧୦ ହଜାର ଲାଞ୍ଚ ମାଗିଥିଲେ ନିତ୍ୟାନନ୍ଦ। ଏ ନେଇ ସଂପୃକ୍ତ କର୍ମଚାରୀ ଫେରାଦ ହେଲା ପରେ ବରିଷ୍ଠ କିରାଣିଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଲାଞ୍ଚ ଟଙ୍କା ଜବତ ହେଲାପରେ ନିତ୍ୟାନନ୍ଦ ଗାଇଗରିଆଙ୍କ ୩ଟି ଠିକଣାରେ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ କରାଯାଉଛି।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ
 

Share this story