ଦିନ ଦ୍ୱିପ୍ରହରେ ରାସ୍ତା ମଝିରେ ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଗଲେ ଯୁବକ
 

scooter caught fire in the middle of the road in odishas Balasore
ରାସ୍ତା ମଝିରେ ଜଳିଗଲା ସ୍କୁଟି
 

ଓଡ଼ିଆ ଗସିପ୍ ବ୍ୟୁରୋ:ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଗଣେଶ୍ବରପୁର -ଭୋଗରାଇ ରାସ୍ତାରେ ଆଜି ଦିନ ଦ୍ୱିପ୍ରହରେ ଏକ ସ୍କୁଟି ଜଳିଯାଇଥିବା ଜଣାପଡ଼ିଛି। ତେବେ ସ୍କୁଟି ଚଳାଇ ଯାଉଥିବା ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ସୂଚନା ଯୋଗ୍ୟ ଯେ, ପାଣିଷଣ୍ଡା ଗ୍ରାମର ଅନନ୍ତ ଖଣ୍ଡାଙ୍କ ପୁତ୍ର ବଙ୍କିମ ଖଣ୍ଡା ଏକ ସ୍କୁଟି ଯୋଗେ ଏହି ରାସ୍ତା ଦେଇ ଥାନାଛକ ଯାଉଥିବା ସମୟରେ ମନ୍ଦାରସାହି ପଞ୍ଚାୟତ ଅଫିସ୍ ଆଗରେ ହଠାତ ସ୍କୁଟି ପଛପଟେ ନିଆଁ  ଲାଗିଯାଇଥିଲା। ସଙ୍ଗେସଙ୍ଗେ ସେ ସ୍କୁଟିକୁ ତଳେ ପକାଇ ରାସ୍ତା ପାଖକୁ ପଳେଇ ଯାଇଥିଲେ। 

ସ୍ଥାନୀୟ ଯୁବକମାନେ ଅଗ୍ନିଶମବାହିନୀଙ୍କୁ ଫୋନ୍ କରିବା ସହ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ନିଆଁ ଆୟତ୍ତ ହେବାହେଳକୁ ବାଇକଟି ୮୦ ଭାଗ ଜଳି ଯାଇଥିଲା।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!
 

Share this story