ଅଧାରେ ରହିଗଲା ପାଠ ପଢ଼ା, ସଡ଼କ ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀ ଓ କିରାଣିଙ୍କ ମୃତ

school teacher succumbed to accident in Kandhamal

ଓଡ଼ିଆ ଗସିପ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ନିଲୁଙ୍ଗିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଚାଲିଗଲା ଦୁଇଟି ଜୀବନ । ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଲିଙ୍ଗାଗଡ଼ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଓ ଜଣେ କିରାଣିଙ୍କର ମୃତ୍ୟୁ ଘଟିଛି ।

ସୁଚନା ଅନୁଯାୟୀ ଦୁଇ ଜଣ ମହିଳା ଶିକ୍ଷୟିତ୍ରୀ ଏବଂ କିରାଣି ଜି.ଉଦୟଗିରିରୁ ଲିଙ୍ଗାଗଡ଼ ସ୍କୁଲକୁ ସ୍କୁଟି ଦ୍ଵାରା ଯାଉଥିବା ବେଳେ ଅପରପାର୍ଶ୍ଵରୁ ଏକ ପୋଲସର ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ରାନୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ, ଥାନାରେ ଅଭିନେତ୍ରୀ ରାନୀ ପଣ୍ଡା ଅଟକ

ମୃତକମାନେ ହେଲେ ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ(୩୪)ବର୍ଷ ଓ ସେହି ସ୍କୁଲର କିରାଣି ବିମଳା ପ୍ରଧାନ (୪୭) ବର୍ଷ । ଆହତ ବାଇକ୍ ଆରୋହୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟି ଓ ବାଇକ୍‌କୁ ଜବତ କରି ତଦନ୍ତ ଜାରି ରଖିଛି ଏବଂ ପୋଷ୍ଟ ମର୍ଟମ ପାଇଁ ସ୍ଥାନୀୟ ଡାକ୍ତର ଖାନା କୁ ପଠାଇଛି ।

Share this story

World Odia Language Conferene