World Odia Language Conferene

ରାନୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ, ଥାନାରେ ଅଭିନେତ୍ରୀ ରାନୀ ପଣ୍ଡା ଅଟକ

actress Rani Panda could land in jail due to killing youth

ଓଡ଼ିଆ ଗସିପ ବ୍ୟୁରୋ: ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଗତକାଲି ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଲଖାଇ ଛକ ନିକଟରେ ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା ।

ଗୁରୁତର ଅବସ୍ଥାରେ ବାଇକ୍‌ ଚାଳକଙ୍କୁ କଟକ SCBରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ରାଜନଗର ଗାଁର ସୁକାନ୍ତ ବେହେରା (୨୮) ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍ ସହ ବାଇକ ମୁହାଁମୁହିଁ ଧକ୍କା, ବଡ ବିପଦରୁ ବର୍ତ୍ତିଲେ ରାନୀ ମାଡାମ...

ସୂଚନା ଅନୁସାରେ, ଏକ ବାହାଘର ଭୋଜି ଖାଇ ରାନୀ ପଣ୍ଡା କାର୍‌ରେ ଫେରୁଥିବା ବେଳେ ଡାଲଖାଇ ଛକ ନିକଟରେ ବାଇକ୍ ସହ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଠଗଡ଼ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଦୁର୍ଘଟଣାରେ କାର୍‌ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟପକ୍ଷେ, ଘଟଣାକୁ ନେଇ ଆଠଗଡ଼ ଥାନାରେ ରାନୀ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପୋଲିସ୍‌ ପଚରାଉଚରା ଚଳାଇଛି । ଏହାସହ ଘଟଣାର ତଦନ୍ତ ଚଳାଇଛି । ତେବେ ତାଙ୍କୁ ଦଣ୍ଡ ମିଳିବ କି ନାହିଁ ତାହା ସମୟ କହିବ ।

Share this story