ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀର ଛାତ୍ର ମୃତ୍ୟୁ ! ମୃତଦେହକୁ ଧରି ଧାରଣାରେ ବସିଲେ ଗ୍ରାମବାସୀ
 

School Headmaster accused death of a kid after beating him
ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀର ଛାତ୍ର ମୃତ୍ୟୁ !
 

ଓଡ଼ିଆ ଗସିପ୍ ବ୍ୟୁରୋ:  ବାଲେଶ୍ୱର ଜିଲ୍ଲା କବୁତି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡ଼ରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ସୂଚନା ମୁତାବକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ବଡ଼ ପୁଅ ସୁମନ ଦାସ କୁଳିଗାଁ ବଂଶି ଧର ବିଦ୍ୟା ପୀଠରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଗତକାଲି ବିଦ୍ୟାଳୟ କିଛି ପିଲାଙ୍କ ସହିତ ସୁମନ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମନକୁ ଡାକି ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।  

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ମାଡ଼ରେ ସୁମନଙ୍କ ଛାତିରେ ଆଘାତ ହୋଇଥିଲା । ପରେ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ସୁମନର ମୃତ୍ୟୁ ଘଟିଛି ।  ପ୍ରଧାନ ଶିକ୍ଷୟତ୍ରୀ ମାଡ଼ ପିଲାର ମୃତ୍ୟୁ ହୋଇଥିବା ନେଇ ବାପା ଗୋବିନ୍ଦ ଖନ୍ତାପଡା ଥାନାରେ ଅଭିଯୋଗ କରିଛନ୍ତି। ଏବେ ବିଦ୍ୟାଳୟ ପରିସରରେ ମୃତଦେହକୁ ରଖି ଗ୍ରାମବାସୀମାନେ ଧାରଣା ବସିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଖନ୍ତାପଡା ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝା ସୁଝା ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

Share this story