ସରିଲା IAS ଯୋଡ଼ିଙ୍କ ବିବାହ; ସାତଜନ୍ମର ସାଥୀ ହେଲେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ

sambalpur and balangir collector got married

ଓଡ଼ିଆ ଗସିପ ବ୍ୟୁରୋ: ଆସାମର ଝିଅ ଅନନ୍ଯା ହେଲେ ଓଡିଆ ଘରର ବୋହୂ । ପଡ଼ିଲା ହାତଗଣ୍ଠି, ସାତ ଜନ୍ମର ସାଥୀ ହେଲେ ଦୁଇ ଜିଲ୍ଲାପାଳ । ସାତଜନ୍ମର ସାଥୀ ହେଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା । ମେ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ।

ତେବେ ବାହାଘର ପୂର୍ବରୁ ମେହେନ୍ଦିର କିଛି ଭିଡିଓ ସାମ୍ନାକୁ ଆସିଛି । ଉଭୟ ଜ଼ିଲ୍ଲାପାଳ ନାଚୁଥିବାର ଭିଡିଓ ଏବେ ଭାଇରାଲ୍ ହୋଇଛି । ଗତକାଲି ରାତି ପ୍ରାୟ ୮ ଟାରେ ଚଞ୍ଚଳ ରଣା ବରଯାତ୍ରୀ ଧରି କନ୍ୟା ଘରକୁ ବାହାରିଥିଲେ । ବରଯାତ୍ରୀରେ ନିଜେ ଚଞ୍ଚଳ ରଣା ମଧ୍ୟ ନାଚିବା ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ : ୩ ରାଶି ଉପରେ ଲାଗିବ ଗ୍ରହଣ; ବାକି ରାଶି ଉପରେ କିପରି ରହିବ ଗ୍ରହଣ ପ୍ରଭାବ

ବରଯାତ୍ରୀ କନ୍ୟା ଘରେ ପହଞ୍ଚିବା ପରେ ବର ପକ୍ଷକୁ ସ୍ୱାଗତ କରିଥିଲେ କନ୍ୟା ପକ୍ଷ । ମିଠା ଖୁଆଇ ଚଞ୍ଚଳଙ୍କୁ କନ୍ୟା ପକ୍ଷ ପାଛୋଟି ନେଇଥିଲେ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟ କନ୍ଯା ବେଶରେ ସଜେଇ ହୋଇଥିଲେ । ବାହାଘରକୁ ନେଇ ଅନନ୍ୟା ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ସେପଟେ ଏହି ନବ ଦମ୍ପତ୍ତିଙ୍କୁ ସୋସିଆଲ ମିଡ଼ିଆରେ ଲୋକେ ଶୁଭେଚ୍ଛା ଜଣାଉଛନ୍ତି ।

ସୂଚନା ଥାଉକି, ଉଭୟ ଜିଲ୍ଲାପାଳ ପୂର୍ବରୁ ବିବାହ କରି ସାରିଥିବା ବେଳେ ଏହା ସେମାନଙ୍କର ଦ୍ଵିତୀୟ ବିବାହ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତ୍ତମାନର ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା ।

ଆହୁରି ପଢ଼ନ୍ତୁ : ମା’ ଋଣ ସୁଝିପାରିଲାନି ବୋଲି ୧୧ ବର୍ଷର ଝିଅକୁ ବାହା ହୋଇଗଲା ୪୦ ବର୍ଷର ବ୍ୟକ୍ତି

ଅନ୍ୟ ପଟେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମତଭେଦ କାରଣରୁ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା ।

କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ପରେ ସେମାନେ ବିବାହ ନେଇ ସ୍ଥିର କରିଥିଲେ । ଏହାପରେ ନିର୍ବନ୍ଧ ହୋଇଥିଲା । ତେବେ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆସାମର ଝିଅ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଓଡି଼ଶାର ବାସିନ୍ଦା ଅଟନ୍ତି ।

Share this story

World Odia Language Conferene