ମା’ ଋଣ ସୁଝିପାରିଲାନି ବୋଲି ୧୧ ବର୍ଷର ଝିଅକୁ ବାହା ହୋଇଗଲା ୪୦ ବର୍ଷର ବ୍ୟକ୍ତି

Man marry minor girl after her mother failed to clear the debt

ଓଡ଼ିଆ ଗସିପ ବ୍ୟୁରୋ: ଋଣ ଆଣିଥିଲା ମା’ । ଆଉ ଋଣ ଟଙ୍କା ସୁଝିନପାରିବାରୁ ବଳି ପଡ଼ିଗଲା ଝିଅ । ମାତ୍ର ୨ ଲକ୍ଷ ଟଙ୍କାର ଋଣ ପାଇଁ ୪୦ ବର୍ଷୀୟ ମହାଜନ ଜଣକ ଜଣେ ୧୧ ବର୍ଷର ନାବାଳିକାକୁ ବିବାହ କରିଛି । ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ଏନେଇ ତଦନ୍ତ କରୁଛି ।

ସୂଚନା ମୁତାବକ, ଝିଅର ମା’ ମହାଜନଙ୍କ ଠାରୁ ୨ ଲକ୍ଷ ଟଙ୍କା ଋଣ ଆଣିଥିଲେ । ଯେତେବେଳେ ମହାଜନ ଜଣକ ଝିଅର ମା’ଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ, ସେତେବେଳେ ଅସମର୍ଥ ମା’ ଋଣ ଫେରସ୍ତ କରି ପାରିନଥିଲେ । ଏଥିରେ ରାଗିଯାଇ ବ୍ୟକ୍ତି ଜଣକ ତାଙ୍କର ୧୧ ବର୍ଷର ଝିଅକୁ ବିବାହ କରିଥିଲେ ।

ପୂର୍ବରୁ ବ୍ୟକ୍ତି ଜଣକ କହିଥିଲେ, ସେ ମହିଳାଙ୍କ ଝିଅକୁ ପାଠ ପଢ଼ାଇବେ । ତେଣୁ ସେ ତାଙ୍କୁ ଘରେ ରଖିଛନ୍ତି । ହେଲେ ଝିଅକୁ ପାଠ ପଢ଼ାଇବା ପରିବର୍ତ୍ତେ ତାଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ମେଷ ରାଶିରେ ଅସ୍ତ ହୋଇଛନ୍ତି ବୁଧ; ୪ ରାଶି ପାଇଁ ଅଭିଶାପ ସଦୃଶ!

ଆହୁରି ପଢ଼ନ୍ତୁ : ବେଡରୁମରେ ଝୁଲି ପଡିଲେ ମହିଳା ଫ୍ୟାଶନ୍ ଡିଜାଇନର୍, ଦିନକ ପୂର୍ବରୁ ଇନଷ୍ଟାରେ ପୋଷ୍ଟ କରିଥିଲେ ଭିଡିଓ ଆଉ କହିଥିଲେ...

ଏପରି ଏକ ଘଟଣା ବିହାରର ସିୱାନ ଜିଲ୍ଲାରେ ଘଟିଛି । ମାୟରା ପୋଲିସ ଷ୍ଟେସନ ଅଧିନସ୍ଥ ଛେନି ଛପାର ଗାଁର ଜଣେ ମହିଳା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ନିକଟରୁ ୨ ଲକ୍ଷ ଟଙ୍କା କରଜ ଆଣିଥିଲେ । ଟଙ୍କା ଆଣିବା ପରେ ଫେରାଇ ଦେବାକୁ କହିଥିଲେ । ହେଲେ ଟଙ୍କା ଫେରାଇ ନପାରିବାରୁ ଏପରି କାଣ୍ଡ ଘଟିଛି ।

ଏହାକୁ ନେଇ ବ୍ୟକ୍ତି ଜଣକ ଅନୁତାପ କରିବା ସହ ସେ ବିବାହିତ ବୋଲି କହିଛନ୍ତି । ଅନ୍ୟପଟେ ନାବାଳିକା ଜଣକ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ତାଙ୍କ ମା’ ବ୍ୟକ୍ତିଙ୍କ ନିକଟରୁ ଋଣ ନେଇଛନ୍ତି । ତେଣୁ ମା’ ତାଙ୍କୁ ସେଠାରେ ରହିବାକୁ ଛାଡ଼ିଛନ୍ତି । ହେଲେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Share this story

World Odia Language Conferene