SI ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅବସରପ୍ରାପ୍ତ ଯବାନ
ଓଡ଼ିଆ ଗସିପ୍ ବ୍ୟୁରୋ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଗଣେଶ ବଜାରରେ ଆଜି ଆତଙ୍କ ସୃଷ୍ଟି କରୁଥିବା ଜଣେ ଯବାନଙ୍କୁ ଧରିବାକୁ ଯାଇ ଦୁଇ ଜଣ ପୁଲିସ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁଇ ପୁଲିସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ସଂପୃକ୍ତ ଅବସରପ୍ରାପ୍ତ ଯବାନ ଫେରାର ହୋଇଯାଇଥିବା ବେଳେ ଆହତ ପୁଲିସଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଯବାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ପୁଣି ଆତଙ୍କ ଖେଳାଇଲେ କଟକ ବାଙ୍କୀ ହରିରାଜପୁରର ଯବାନ ସରୋଜ ଦାସ।
ଅଧିକ ପଢ଼ନ୍ତୁ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍
ଗତ ସେପ୍ଟେମ୍ବର ୧ ତାରିଖରେ ବାଙ୍କୀ ଥାନା ଅନ୍ତର୍ଗତ ଶିମିଳିପୁର ଗ୍ରାମର ଅବସରପ୍ରାପ୍ତ ଯବାନ ସରୋଜ ଦାସ ଖଣ୍ଡା ଓ ହାତୁଡ଼ି ଧରି ବାଙ୍କୀ ବଜାରରେ ବୁଲିବା ସହ ପୁଲିସ ଏବଂ କେତେକ ନିର୍ବାଚିତ ଜନପ୍ରତିନିଧିଙ୍କ ନାମ ନେଇ ଗାଳିଗୁଲଜ କରୁଥିବା ଦେଖାଯାଇଥିଲା। ପାଖକୁ କେହି ଗଲେ ସେ ତାଙ୍କୁ ଧମକ ଦେଉଥିଲେ। ଏପରି କି ବାଙ୍କୀ ମହାବିଦ୍ୟାଳୟ ନିକଟ ଏକ ଏଟିଏମ୍ ସମ୍ମୁଖ କାଚକୁ ସରୋଜ ଭାଙ୍ଗିଦେବା ସହ କଚେରୀ ପଡ଼ିଆରେ ବହୁ ସମୟ ଧରି ଆତଙ୍କ ଖେଳାଇଥିଲେ।
ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...
ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରୋଜଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ କର୍ମଚାରୀମାନଙ୍କୁ ମାରଣାସ୍ତ୍ର ଦେଖାଇ ସେ ଫେରାର ହୋଇଯାଇଥିଲେ। ଏହାର ଦୁଇଦିନ ପରେ ପରେ ଅର୍ଥାତ୍ ସେପ୍ଟେମ୍ବର ୩ ତାରିଖରେ ସରୋଜ ନିଜ ଗ୍ରାମ ଶିମିଳିପୁର ଖେଳ ପଡ଼ିଆରେ ଥିବା ନେଇ ଖବର ପାଇ ପୁଲିସ ସେଠାରେ ପହଞ୍ଚି ତାଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲା।
ଏହି ସମୟରେ ସରୋଜ ସହ ଠେଲାପେଲାରେ ବାଙ୍କୀ ଥାନାର ମହିଳା ଏସ୍ଆଇ ମଧୁସ୍ମିତା ବେହେରା ଆହତ ହୋଇଥିଲେ। ଆଜି ଦିନ ପ୍ରାୟ ୧୦ଟାରେ ସରୋଜ ବାଙ୍କୀ ସହରର ଜନଗହଳିପୂର୍ଣ୍ଣ ଆଦିମାତା ଛକ ନିକଟ ଗଣେଶ ବଜାରରେ ଥିବା ନେଇ ପୁଲିସକୁ ଖବର ମିଳିଥିଲା।
ଅଧିକ ପଢ଼ନ୍ତୁ: ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…
ବାଙ୍କୀ ପୁଲିସ ସେଠାରେ ପହଞ୍ଚି ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଅତର୍କିତ ଭାବେ ସରୋଜ ନିଜ ପାଖରେ ରଖିଥିବା ଭୁଜାଲି ବାହାର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଅକ୍ରମଣ କରିଥିଲେ। ଭୁଜାଲି ଚୋଟରେ ବାଙ୍କୀ ଥାନାର ସବ୍ ଇନ୍ସପେକ୍ଟର୍ ସମ୍ବିତ୍ ସ୍ବାଇଁ ଓ କନଷ୍ଟେବଳ ଉତ୍ତମ କୁମାର କରଙ୍କ ଦୁଇ ହାତ ଓ କାନ୍ଧରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି।
ଆକ୍ରମଣ ପରେ ସରୋଜ ସେଠାରୁ ଫେରାର ହୋଇଯାଇଥିଲେ। ଆହତ ଦୁଇ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!