ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ
ଓଡ଼ିଆ ଗସିପ୍ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାକେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
ମେଡିକାଲ ହଞ୍ଚିବାର ଅନେକ ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଏ ନେଇ ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତ ସୂଚନା ଦେଇଛନ୍ତି। ମୃତ୍ୟୁ ଘଟିଥିବା ବୃଦ୍ଧାଙ୍କ ନାଁ ଦୁଃଖୀ ନେଗୀ ହୋଇଥିବା ବେଳେ ତାଙ୍କ ନିଜ ଗାଁ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ଖବର ଅନୁଯାୟୀ, ସୁବର୍ଣ୍ଣପୁରର କଇଁଫୁଲ ଗାଁରେ ଏକ ବୋରେୱେଲରେ ଜଣେ ବୃଦ୍ଧା ପଡ଼ି ଯାଇଥିଲେ । ପ୍ରାୟ ୨୦ ଫୁଟରେ ତଳେ ଗାତରେ ପଡ଼ି ଯାଇଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀର ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାତରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କରାଯଇଥିଲା। ନିଜ ଝିଅ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା ।
ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ!
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲା । ଗାତ ଭିତରକୁ ଅକ୍ସିଜେନ ପଠା ଯାଇଥିଲା । ମହିଳାଙ୍କୁ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଏକ ଗାତ ଖୋଳା ଯାଇଥିଲା । କିନ୍ତୁ ଗାତରେ ପଡ଼ିବାର କିଛି ସମୟରେ ମଧ୍ୟରେ ବୃଦ୍ଧା ଜଣକ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏଣୁ ଏନେଇ ଆଶଙ୍କା ପ୍ରକାଶ ପାଇଥିଲା । ଉଦ୍ଧାର ପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ସେଠାକେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!