ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଆଗାମୀ ରଥଯାତ୍ରାରେ ରତ୍ନଭଣ୍ଡାର ଖୋଲିବାକୁ ପରିଚାଳନା କମିଟିରେ ସୁପାରିଶ, ବ୍ୟବହାର ହେବ ଏହି ସବୁ ଯନ୍ତ୍ର

ratna bhandar of trinity will open next year of Ratha Yatra

ଓଡ଼ିଆ ଗସିପ ବ୍ୟୁରୋ : ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆସନ୍ତାବର୍ଷ ରଥଯାତ୍ରା ସମୟରେ ଖୋଲାଯାଇପାରେ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ କରିଛି କମିଟି ।

ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବୈଠକ ଶେଷ ହେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଜିଲ୍ଲାପାଳ ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ୍‌ ଗଠନ ହେବ । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍‌ ପାଇଁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ ଟିମ୍‌ର ମୁଖ୍ୟ ହେବେ ।

ଅଧିକ ପଢ଼ନ୍ତୁ : ସତ ହେବ କି ମାଳିକା ବଚନ; ଚାରି ଗୋଟି ମେଘଙ୍କର ବିକଳ ରଡ଼ି: ବାଇଶୀ ପାହାଚ ପାଣିରେ ବୁଡ଼ିଛି ଦେଖ, ଦେଖନ୍ତୁ ଭିଡ଼ିଓ

ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଟିମ୍‌ ସମସ୍ତ ବ୍ୟବସ୍ଥା ତଦାରଖ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯାଞ୍ଚ ବେଳେ ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ସଦସ୍ୟ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ଓ କୋର୍ଟକୁ ଅନୁମତି ମଗାଯିବ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି କରାଯିବ ଯାଞ୍ଚ । ସ୍ଥିତି ଜାଣିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହେବ । ଲେଜର ସ୍କାନିଂ ଦ୍ୱାରା କରାଯିବ ଯାଞ୍ଚ । ଭଣ୍ଡାର ଘରର ପଥରର ସ୍ଥିତି ପାଇଁ ହେବ ଲେଜର ସ୍କାନିଂ । ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହେବ ବୈଷୟିକ କମିଟି ।

ଏଥି ସହିତ ପରିଚାଳନା କମିଟି ବୈଠକରେ ଗତ ସ୍ନାନ ଓ ରଥଯାତ୍ରାର ନୀତି ସମୀକ୍ଷା କରାଯାଇଛି । ଶୃଙ୍ଖଳିତ ଭାବେ ରଥ ସରିଛି । ଯେଉଁ କିଛି ତ୍ରୁଟି ରହିଥିଲା ସେନେଇ ଆଲୋଚନା କରାଯାଇଛି । ସେବାୟତ କଲ୍ୟାଣ ଯୋଜନା ନେଇ ମଧ୍ୟ ଆଲୋଚନା କରାଯିବା ସହ ସେପ୍ଟେମ୍ବର ୨୦୨୪ ମଧ୍ୟରେ ତାହା ସମ୍ପୂର୍ଣ ହେବ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ : ସାବଧାନ! କର୍କଟରେ ଶୁକ୍ର ଚଳନ; ୪ ରାଶିଙ୍କ ଜୀବନରେ ଆସିବ ଦୁର୍ଦ୍ଦିନ

ଏଥି ସହିତ ଗୁରୁକୁଳ ଟେଣ୍ଡର ଫାଇନାଲ କରାଯାଇଛି । ୧୧ ଅଗଷ୍ଟ ସୁଦ୍ଧା ଟେଣ୍ଡର କରାଯିବ ବୋଲି ଜଣାପଡିଛି । ସେହିପରି ଲାଗି ରହିଥିବା ବନକଲାଗି ବିବାଦ ଉପରେ ମଧ୍ୟ ଆଲୋଚନା ହେବା ସହ ପ୍ରତ୍ୟେକ ମାସର ଦୁଇଟି ବୁଧବାର ବନକଲାଗି ନୀତି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ନେଇ ଆଲୋଚନା କରାଯାଇଛି । ବର୍ତ୍ତମାନ ଦୁଇଟି ଦ୍ବାର ଖୋଲାଯାଇଛି । ଅନ୍ୟ ଦୁଇଟି ଦ୍ୱାର ଖୋଲିବା ନେଇ ଆଲୋଚନା ହୋଇଛି । ପରିକ୍ରମା ପ୍ରକଳ୍ପ ସରିଲା ପରେ ଚାରିଦ୍ୱାର ଖୋଲିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

Share this story