ରାଜ୍ୟରେ ୫ ଦିନ ପ୍ରବଳ ବର୍ଷା! ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ କୋହଲା ପାଗ ସାଂଗକୁ କୁହୁଡିର ଆସ୍ତରଣ। ଆସନ୍ତା ୩ ଦିନ ଯାଏଁ ଘନ କୁହୁଡି ଦୃଶ୍ୟମାନ ହେବ ।ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡି ଜାରି ରହିଛି। ଆଜି ସକାଳେ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ହାଲୁକା କୁହୁଡି ଦେଖିବାକୁ ମିଳିଛି। ଏବେ ଶୀତ ବଢ଼ାଇଛି ଲୋକମାନଙ୍କ ଚିନ୍ତା ଏବଂ ଏପରି ପାଗ ଆଉ କେତେ ଦିନ ଚାଲିବ ବୋଲି ଚିନ୍ତାରେ ପଡ଼ିଛନ୍ତି ସମସ୍ତେ।
ଆଜି ମଧ୍ୟ ଦିଲ୍ଲୀ ଶୀତରୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିପାରିନଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଜି ଦିଲ୍ଲୀର ସର୍ବାଧିକ ତାପମାତ୍ରା ପ୍ରାୟ ୧୮ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୭ଡିଗ୍ରୀ ହେବାର ସମ୍ଭାବନା ରହିଛି। ଆସନ୍ତା ୨ ଦିନ ପାଇଁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨ ଦିନ ପାଇଁ ସମଗ୍ର ଉତ୍ତର ଭାରତରେ ଘନ କୁହୁଡି ଏବଂ ଥଣ୍ଡା ହେବାର ସମ୍ଭାବନା ରହିଛି।
ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
ଶୀତରୁ କେବେ ଆଶ୍ୱସ୍ତି?
ଦିଲ୍ଲୀ, ଉତ୍ତରପ୍ରଦେଶ, ଉତ୍ତର ମଧ୍ୟପ୍ରଦେଶ, ବିହାର ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୭ ରୁ ୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି ତାପମାତ୍ରା। ପାଣିପାଗ ବିଭାଗ ଅନୁଯାୟୀ ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ତାପମାତ୍ରା ସ୍ୱାଭାବିକଠାରୁ ୧ ରୁ ୩ ଡିଗ୍ରୀ ସେଲସିୟସ ରହିଛି।
କୁହୁଡି କେଉଁଠାରେ ରହିବ?
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜାନୁଆରୀ ୨୩ ସକାଳ ପର୍ଯ୍ୟନ୍ତ କୁହୁଡିରୁ କୌଣସି ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ ନାହିଁ। ପଶ୍ଚିମ ୟୁପିର କେତେକ ଅଞ୍ଚଳରେ ସକାଳ ଓ ରାତି ସମୟରେ ଘନ କୁହୁଡି ହୋଇପାରେ। ତେବେ ଆଜି ଉତ୍ତରପ୍ରଦେଶ ଏବଂ ଉତ୍ତର ରାଜସ୍ଥାନର ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳେ। ଆସନ୍ତା ୨ ଦିନ ମଧ୍ୟରେ ହରିୟାଣା, ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ଘନ କୁହୁଡି ମଧ୍ୟ ହୋଇପାରେ।
ଅଧିକ ପଢନ୍ତୁ : ଏହି ରାଶି ଲୋକଙ୍କ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବା ସହ ଆକସ୍ମିକ ଅର୍ଥଲାଭର ରହିଛି ଯୋଗ, ପଢନ୍ତୁ ରାଶିଫଳ
ସେପଟେ ଓଡ଼ିଶାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିଛି। ଏଥି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ତାପମାତ୍ରା କୌଣସି ପରିବର୍ତ୍ତନ ଦେଖା ଦେଇ ନଥିବା ବେଳେ ଘନ କୁହୁଡ଼ି ସହ ଥଣ୍ଡା ଅନୁଭୂତ ହେଉଛି। ତାହାକୁ ନଜରରେ ରଖି ୧୬ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
୧୬ ଜିଲ୍ଲା ହେଉଛି ବରଗଡ଼, ସୋନପୁର, ସମ୍ବଲପୁର, କନ୍ଧମାଳ, କେନ୍ଦୁଝର, ମୟୁରଭଂଜ, ଢେ଼ଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂପୁର, ବାଲେଶ୍ଵର, ସୁନ୍ଦରଗଡ, ଦେଓଗଡ଼, ଝାରସୁଗୁଡ଼ା ଓ ବୌଦ୍ଧରେ ହାଲୁକା ବର୍ଷା ହେବ।
ସେହିଭଳି ଶନିବାର ସକାଳୁ ୧୧ ଜିଲ୍ଲା କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେ଼ଙ୍କାନାଳ, ଅନୁଗୁଳରେ ଘନ କୁହୁଡି ଯୋଗୁଁ ୟଲୋ ଆଲର୍ଟ ଜାରି ହୋଇଛି ।
ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ପରିବାରରେ ତିକ୍ତତା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…