ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ, ଶୋଷଣରୁ ବଞ୍ଚିତ ହେବେ ଗ୍ରାହକ

Purchasing of room in apartments will be easy

ଓଡ଼ିଆ ଗସିପ୍ ବ୍ୟୁରୋ : ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଅଧ୍ୟାଦେଶ ନେଇ ଆଇନ ବିଭାଗର ଗେଜେଟ ନୋଟିଫିକେସନ । ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ଅଧ୍ୟାଦେଶ । ଏହା ଉଭୟ ଫ୍ରି’ ଓ ଲିଜ୍ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ।

ଫଳରେ ବର୍ଷେରୁ ଅଧିକ ସମୟ ଧରି ଅଟକି ରହିଥିବା ଆପାର୍ଟମେଣ୍ଟ କିଣା ବିକା ଆରମ୍ଭ ହେବ । ଏହାର ଅଭାବରେ ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ଗେଜେଟ୍‌‌ ପ୍ରକାଶ ପାଇଥିବାରୁ ଏଣିକି ଆପାର୍ଟମେଣ୍ଟ କିଣାରେ ସ୍ୱଚ୍ଛତା ଆସିବ, ଗ୍ରାହକ ଶୋଷଣରୁ ନିସ୍ତାର ପାଇବେ । ଗତ ମେ’ ମାସ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଥିଲା ।

ଅଧିକ ପଢ଼ନ୍ତୁ : ଆସନ୍ତା କାଲିଠୁ ୬ ଯାଏ କାଚିବ, ଆଲର୍ଟରେ ଏହି ସବୁ ଜିଲ୍ଲା

ସେପଟେ ପ୍ରକଳ୍ପର ୫୦% କିମ୍ବା ୭ ଘର ବୁକ୍ ହୋଇଥିଲେ ଆସୋସିଏସନ ଗଠନ ହେବ ବୋଲି ଏଥିରେ ଦର୍ଶାଯାଇଛି । ଗୋଟିଏ ପ୍ରକଳ୍ପ ପାଇଁ ଗଠନ ହେବ ଗୋଟିଏ ଆସୋସିଏସନ୍ ଏବଂ ସବୁ ଆପାର୍ଟମେଣ୍ଟ କ୍ରେତା ଆସୋସିଏସନ୍ ସଦସ୍ୟ ହେବାକୁ ବାଧ୍ୟ । ଏକାଧିକ ଆପାର୍ଟମେଣ୍ଟ ଥିଲେ ବି ଆସୋସିଏସନ୍ ପାଇଁ କେବଳ ଗୋଟିଏ ଭୋଟିଂ କ୍ଷମତା ମିଳିବ ।

ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକାକୁ ନେଇ ଅନେକ ଆପତ୍ତି ଅଭିଯୋଗ ଉଠିଥିଲା । ବିଶେଷକରି ଆପାର୍ଟମେଣ୍ଟରେ ଥିବା ସର୍ବସାଧାରଣ ସ୍ଥାନ ଉପରେ ମାଲିକାନାକୁ ନେଇ ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ବିବାଦ ଦେଖା ଦେଉଥିଲା । ଏପରି ହାଇକୋର୍ଟରେ ଯାଇ ଅନେକ ମାମଲା ପହଞ୍ଚିଥିଲା ।

ଅଧିକ ପଢ଼ନ୍ତୁ : ଆଜି ରବିବାର ଟିକେ ଜଗି ରଖି ଚଳନ୍ତୁ; ଖରା ବେଳେ ଖରାପ ହୋଇପାରେ ଆପଣଙ୍କ ମନ

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଆଇନ୍‌‌ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଗତ ମାର୍ଚ୍ଚ ମାସରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌‌ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ବିଧାନସଭାରେ ଉପସ୍ଥାପନ କରାଯାଇଥିଲା । ମାତ୍ର ପରବର୍ତ୍ତି ସମୟରେ ଏହାକୁ ଅପସାରଣ କରାଯାଇଥିଲା । ତେବେ ଆବଶ୍ୟକୀୟ ସଂଶୋଧନ ପରେ ପୁଣି ମେ’ ମାସରେ ରାଜ୍ୟ କ୍ୟାବିନେଟ୍‌‌ରେ ଉପସ୍ଥାପନ କରାଯାଇଥିଲା । ନୂତନ ନିୟମ ଅନୁସାରେ ଗ୍ରାହକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ମିଳିବ ।

Share this story