ଆସନ୍ତା କାଲିଠୁ ୬ ଯାଏ କାଚିବ, ଆଲର୍ଟରେ ଏହି ସବୁ ଜିଲ୍ଲା

heavy rainfall for four days in odisha

ଓଡ଼ିଆ ଗସିପ୍ ବ୍ୟୁରୋ : କେବେ ସେ ଆସୁଛି କେବେ ଲୁଚି ଯାଉଛି । କେବେ ମେଞ୍ଚାଏ ମେଘ ନେଇ ଆସୁଛି ପୁଣି କେବେ ଉଭାନ ହୋଇ ଯାଉଛି । ଲୁଚକାଳି ଖେଳି ଏବେ ପୁଣି ଥରେ କାଲିଠୁ ବର୍ଷିବ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ରାଜ୍ୟବ୍ୟାପୀ ଗତ ୨ ଦିନ ଧରି ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଜିଠୁ ପାଗରେ ପରିବର୍ତ୍ତନ ହେବ । ୨ ତାରିଖଠାରୁ ୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଜୁଲାଇ ୪ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ଥିବା ବେଳେ ଏହାର ପ୍ରଭାବରେ ୩ରୁ ୫ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଉପକୂଳର ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅଧିକ ପଢ଼ନ୍ତୁ : ଗୁରୁ ରାହୁ ୟୁତି: ଜୁଲାଇ ମାସରେ ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଉପରେ ପଡ଼ିବ ମହା ଦଶା, ସାବଧାନ!

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ କାଳବୈଶାଖୀ ସମ୍ଭାବନା ରହିଛି ।

ଫଳରେ ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Share this story