ସାବଧାନ! ଅମାନିଆ ଗାଡ଼ି ଚାଳକ, ଏଥର ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ...
 

Police will take stringent action against unruly riders
ସୁଧୁରୁନଥିବା ଅମାନିଆଙ୍କ ପାଇଁ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେଉଛନ୍ତି କି? ଯଦି ଏପରି କରୁଛନ୍ତି ସାବଧାନ ହୋଇଯାଆନ୍ତୁ, କାରଣ ଏଣିକି ଆପଣଙ୍କ ଗାଡି ସହ ମୋବାଇଲକୁ ମଧ୍ୟ ଛଡାଇ ରଖିବ ପୁଲିସ। ବ୍ୟାପକ ସଚେତନତା ପରେ ମଧ୍ୟ ସୁଧୁରୁନଥିବା ଅମାନିଆଙ୍କ ପାଇଁ ପୁଲିସକୁ କଠୋର ହେବାକୁ ପଡିଛି। ଏନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ରାଜଧାନୀ ଭୁବନେଶ୍ୱରରେ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଏଥି ମଧ୍ୟରେ ରଙ୍ଗ ରୁଟରେ ଗାଡ଼ି ଚାଳନା, ଓଭର ସ୍ପିଡ୍‌ ଓ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୁଲସ ପକ୍ଷରୁ ରଙ୍ଗ ରୁଟ ଓ ୟୁଟର୍ଣ୍ଣ ମାରୁଥିବା ଗାଡି ଚାଳକଙ୍କୁ ପାନେ ଦେବା ପାଇଁ ସ୍ପାଇକ୍‌ ବ୍ୟାରିୟର ବିଛାଯାଉଛି। ଯାହା ଦ୍ବାରା ରଙ୍ଗ ରୁଟ ଓ ୟୁଟର୍ଣ୍ଣ ମାରୁଥିଲେ ଗାଡ଼ି ଚକା ପମ୍ପଚର ହେବ।ଶନିବାର ଠାରୁ ଏହି ବ୍ୟାରିୟରକୁ ବ୍ୟବହାର କରାଯାଇ ୧୦ରୁ ଅଧିକ ଗାଡ଼ିକୁ ଲିକ୍‌ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଧିକ ପଢନ୍ତୁ : ଏଥର ପବିତ୍ର 'ସାବିତ୍ରୀ ଅମାବାସ୍ୟା'ରେ ଦୁର୍ଲଭ ଯୋଗ, ଏହି ରାଶିଙ୍କ ଉପରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ଏଥି ସହିତ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଥିବା ଡ୍ରାଇଭରଙ୍କ ପାଇଁ ଆହୁରି କଠୋର ହୋଇଛି ପୁଲିସ । ମଦ୍ୟପ ଡ୍ରାଇଭର, ଟ୍ରିପଲ ରାଇଡିଂ, ହେଲମେଟ ପରେ ଏବେ ମୋବାଇଲରେ କଥା ହେଉଥିବା ଚାଳକଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଯାଉଛି ପୁଲିସ। ଯେଉଁମାନେ ଗାଡ଼ି ଡ୍ରାଇଭ କରିବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ଏଥର ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ସିଜ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା।

ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା, ବିପରୀତ ଦିଗରେ ଗାଡ଼ିଚାଳନା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌‌ ଫୋନ୍‌‌ରେ ଗପିବା ଆଦି କ୍ଷେତ୍ରରେ ଚଢ଼ଉକୁ ଜୋର୍‌‌ଦାର କରାଯାଉଛି। ସହରର ୫୦ଟି ସ୍ଥାନରେ ଏଭଳି ଯାଞ୍ଚ କରାଯାଉଛି। ଅପରାହ୍ଣ ୪ଟାରୁ ରାତି ୯ ଯାଏଁ ଧରପଗଡ଼ ଚାଲୁଛି। ଗତକାଲି ନିୟମ ଉଲ୍ଲଂଘନ କରିଥିବା ୨୬୪ଟି ଗାଡ଼ି ଧରାପଡ଼ି଼ଛି। କେବଳ ବିପରୀତ ଦିଗରେ ଗାଡ଼ିଚାଳନା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌‌ରେ ଗପୁଥିବା ୨୧୮ଜଣ ଖିଲାପକାରୀଙ୍କୁ ଧରିଛି ଟ୍ରାଫିକ୍‌‌ ପୁଲିସ। 

ଅଧିକ ପଢନ୍ତୁ : ସୃଜନାତ୍ମକ କାର୍ଯ୍ୟରେ ସଫଳତା ମିଳିବା ସହ ବୈବାହିକ ଜୀବନରେ ସମସ୍ୟା ଆସିବ! ପଢନ୍ତୁ ଆଜିର ରାଶିଫଳ 

ଏଥିସହ ସମସ୍ତ ଗାଡ଼ିମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଗାଡ଼ିଗୁଡ଼ିକ ଜବତ ହେବା ପରେ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟ ଦାଖଲ କରାଯାଇଛି। ଚାଳକମାନେ କୋର୍ଟରୁ ରିଲିଜ୍‌‌ ଅର୍ଡର ଆଣିବା ପରେ ଚାଳକ ଗାଡ଼ି ମୁକୁଳାଇ ନେଇପାରବେ ବୋଲି କୁହାଯାଇଛି। ସେପରି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌‌ ଲାଗି ପରିବହନ ବିଭାଗକୁ ଚିଠି ଲେଖାଯାଇଛି। ସେହିପରି ମୋବାଇଲ୍‌‌ ଫୋନ୍‌‌ରେ କଥା ହୋଇ ଗାଡ଼ି ଚଳାଉଥିବା ଚାଳକଙ୍କ ଗାଡ଼ି ସହ ମୋବାଇଲ ଫୋନ୍‌‌ ଜବତ କରାଯାଇଛି। ଚାଳକମାନେ ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବା ପରେ ମୋବାଇଲ ଫୋନ୍‌‌ ମୁକୁଳାଇ ନେଇପାରିବେ।

ମଦପିଇ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ଆହୁରି କଠୋର ହୋଇଛି ଟ୍ରାଫିକ ପୁଲିସ। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ୪୬ଜଣ ଚାଳକ ଧରାପଡ଼ିଛନ୍ତି। ଟ୍ରାଫିକ୍‌‌ ଥାନା-୧ ପକ୍ଷରୁ ୧୫ଟି ଚାରିଚକିଆ ଗାଡ଼ି ଓ ୪ଟି ଦୁଇଚକିଆ ଗାଡ଼ି ଏବଂ ଟ୍ରାଫିକ ଥାନା-୨ ପକ୍ଷରୁ ୨୫ଟି ଚାରିଚକିଆ ଓ ୨ଟି ଦୁଇଚକିଆ ଗାଡ଼ି ଜବତ କରାଯାଇଛି। ଜବତ ଗାଡ଼ି ମଧ୍ୟରେ ଥର୍‌‌, ଜିପ୍‌‌, ହୁଣ୍ଡାଇ, ପୋଲୋ ଭଳି ଦାମୀ ଗାଡ଼ି ରହିଛି। 

ସମ୍ପୃକ୍ତ ଦୁଇ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗାଡ଼ିଜବତ କରାଯାଇଛି। ଆଇନ ଅନୁଯାୟୀ ଅମାନିଆ ଚାଳକଙ୍କ ଠାରୁ ୧୦ରୁ ୧୫ହଜାର ଜରିମାନା ଆଦାୟ କରିବାର ପ୍ରାବଧାନ ରହିଛି। ଏହାବ୍ୟତୀତ କଳାକାଚ କାଢ଼ିବା, ନାଲିବତି ଡେଇଁବା, ଏବଂ ମୋଡିଫାଏଡ(ବିକୃତ) ସାଇଲେନ୍ସର ଭଳି କ୍ଷେତ୍ରରେ ସ୍ୱତନ୍ତ୍ର ଧରପଗଡ଼ ଜାରି ରଖିଛି କମିସନରେଟ୍‌‌ ପୁଲିସ।

ଅଧିକ ପଢନ୍ତୁ : ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ରହିବା ସହ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story