ବିମାନ ଉଡ଼ାଉଥିବା ବେଳେ ଅସୁସ୍ଥ ହେଲେ ପାଇଲଟ: ଯାତ୍ରୀ ଉଡ଼ାଇଲେ ବିମାନ, ତା ପରେ...

plane become uncontrol for this big reason

ଓଡ଼ିଆ ଗସିପ୍ ବ୍ୟୁରୋ: ଯାତ୍ରା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ପାଇଲଟ । ଆଉ ବିମାନର ସଫଳ ଅବତରଣ କରାଇ ଚର୍ଚ୍ଚାକୁ ଆସିଛନ୍ତି ଯାତ୍ରୀ । ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯାତ୍ରା ସମୟରେ ଜଣେ ବିମାନ ଚାଳକଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗଡ଼ି ଯାଇଥିଲା । ପାଇଲଟ ଅସୁସ୍ଥ ହୋଇଯିବା ପରେ ବିମାନରେ ବସିଥିବା ଜଣେ ଯାତ୍ରୀ ବିମାନ ଉଡ଼ାଇଥିଲେ । ଏପରିକି ଯାତ୍ରୀ ଜଣଙ୍କ ବିମାନର ସଫଳ ଅବତରଣ କରାଇଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ଫାଶରେ ପଡ଼ିଛନ୍ତି ପୋଲସରା ବିଧାୟକ: ଶ୍ରୀକାନ୍ତଙ୍କ ଆଉ ୪ ସପ୍ତାହ ରହିଛି ଶନି ଦଶା, ନାରୀ ଦୋଷ ଯୋଗୁଁ କଟିବ ପତ୍ତା

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ (US Media Report) ଅନୁଯାୟୀ, ଗତ ଶନିବାର ଦିନ ଏକ ଛୋଟ ବିମାନ ଚାଳକଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଥିଲା । ପାଇଲଟ୍ ବିମାନ ଉଡ଼ାଇବା ଅବସ୍ଥାରେ ନଥିଲେ । ଏହା ପରେ ବିମାନରେ ଥିବା ଜଣେ ଯାତ୍ରୀ ବିମାନ ଉଡ଼ାଇବା ଆରମ୍ଭ କରିଥିଲେ ।

ଯଦିଓ ବିମାନ ଯୁକ୍ତରାଷ୍ଟ୍ର ଆମେରିକାର (United States of America) ମାସାଚୁସେଟ୍ସ ସ୍ଥିତ ଏକ ଦ୍ୱୀପରେ (Island in Massachusetts State) ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ସୌଭାଗ୍ୟବତଃ ଏହି ବିମାନରେ ଥିବା ସମସ୍ତ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି । ପରେ ବିମାନରେ ଥିବା ପାଇଲଟ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବୋଷ୍ଟନ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା ।

ଟିସବରୀ ମାର୍ଥା ୱାଇନୟାର୍ଡ ବିମାନବନ୍ଦର ନିକଟରେ ଘଟିଛି ଘଟଣା

ଜୁଲାଇ ୧୫ ତାରିଖ ଶନିବାର ଅପରାହ୍ନରେ ମାସାଚୁସେଟ୍ସ ପ୍ରଦେଶର (US State Massachusetts) ସ୍ଥିତ ପଶ୍ଚିମ ଟିସବରୀ (West Tisbury Massachusetts) ମାର୍ଥା ଭାଇନ ୟାର୍ଡ ବିମାନ ବନ୍ଦର (Marthas Vineyard Airport) ନିକଟରେ ଏହି ଘଟଣା ଘଟିଥିଲା । ଏନେଇ ମାସାଚୁସେଟ୍ସ ପୋଲିସ (Massachusetts Police) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଦୁର୍ଘଟଣା ଘଟିବା ସମୟରେ ବିମାନ ରନୱେ ବାହାରେ ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ଅବତରଣ କରିଥିଲା । ଯେଉଁ କାରଣରୁ ବିମାନର ବାମ ଡେଣା ଅଧା ଭାଙ୍ଗି ଯାଇଥିଲା । ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ପାଇଲଟ ଏବଂ ଯାତ୍ରୀଙ୍କ ନାମ ପ୍ରକାଶ କରିନାହିଁ । ହେଲେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: 'ମୋର ଗୋଟିଏ ୱିକ୍ ପଏଣ୍ଟ ରହିଛି ଏବଂ ତାହା ହେଉଛି କୌଣସି ହିରୋ ମତେ ଛୁଇଁଲେ ମୋର....', ଏପରି ବହୁତ ସିକ୍ରେଟ କଥା କହିଛନ୍ତି ଓଡ଼ିଆ ଆକ୍ଟ୍ରେସ କୁକିଜ୍ ସ୍ୱାଇଁ

ଡାକ୍ତରଖାନାରେ କରାଗଲା ଭର୍ତ୍ତି 

ବିମାନ ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ଅବତରଣ କରିବା ପରେ ବିମାନ ଉଡ଼ାଣ କରୁଥିବା ବ୍ୟକ୍ତି ଏବଂ ଚାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିମାନ ଚାଳଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ବୋଲି କୁହାଯାଉଛି । ପାଇଲଟ୍ ଏବଂ ବିମାନ ଉଡାଉଥିବା ବ୍ୟକ୍ତିଙ୍କ ବ୍ୟତୀତ ବିମାନରେ ଜଣେ ମହିଳା ଯାତ୍ରୀ ମଧ୍ୟ ଥିଲେ । ଯିଏ ଅଧିକ ଆହତ ହୋଇଥିବାର କୁହାଯାଉଛି । ସ୍ଥାନୀୟ ଡାକ୍ତରଖାନାରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ପରେ ତାଙ୍କୁ ଘରକୁ ପଠାଯାଇଥିଲା । ଉଭୟ ପାଇଲଟ୍ ଏବଂ ବିମାନ ଉଡ଼ାଣ କରୁଥିବା ଯାତ୍ରୀ ଆମେରିକାର କନେକ୍ଟିକଟ୍ର ପ୍ରଦେଶର (US State Connecticut) ବାସିନ୍ଦା ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: 'ବନ୍ଧୁତା ଆଳରେ ମତେ ଡାକିଲେ ଆଉ ହୋଟେଲକୁ ନେଇ ମୋ ଇଜ୍ଜତ ଲୁଟିନେଲେ', କାନ୍ଦି କାନ୍ଦି ଏପରି ଅଭିଯୋଗ କଲେ ଅଭିନେତ୍ରୀ

ଦୁର୍ଘଟଣା ପରେ ଜାରି ରହିଛି ଅନୁସନ୍ଧାନ

ମାସାଚୁସେଟ୍ସ ପ୍ରଦେଶର ହୋଇଥିବା ବିମାନ ଦୁର୍ଘଟଣା ପରେ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (National Transportation Safety Board US) ଏବଂ ସଂଘୀୟ ବିମାନ ଚଳାଚଳ ପ୍ରଶାସନ (Federal Aviation Administration US) ଏହି ଦୁର୍ଘଟଣାର ଅନୁସନ୍ଧାନ କରୁଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନକୁ ସ୍ଥାନୀୟ ବିମାନ ବନ୍ଦରର ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ମଧ୍ୟ ସଫା କରାଯାଇଛି ।

Share this story