ଘାଟିରେ ଟ୍ରକ ଓଲଟି ଜଣେ ମୃତ : ଦୁଆରଶୁଣି ଘାଟିରେ ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌, ୧୦ ଆହତ

Passenger bus dashed with truck 10 injured

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦୁଝରଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ରେ କାଞ୍ଜିପାଣି ଘାଟି ପାଖ ବରାହାଦେଵତାରେ ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ କେନ୍ଦୁଝରରୁ ଲୁହାପଥର ବୋଝେଇକରି ଟିଏସ ଓ 07ୟୁଇ-3978 ନମ୍ବର ବିଶିଷ୍ଟ ଟ୍ରକ ଜାତୀୟ ରାଜପଥ ୪୯ରେ ସମ୍ବଲପୁର ଆଡ଼କୁ ଯାଉଥିବାବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ ବାରାହା ଦେବତା ପାଖରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା ।

ପଳରେ ଚାପିହୋଇ ରମେଶ ନାମକ ଟ୍ରକ କର୍ମଚାରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତୁର୍କୀଶ ମଲ୍ଲିକ ନାମକ ଆଉଜଣେ ଟ୍ରକ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କର ଘର ହାଇଦ୍ରାବାଦ ବୋଲି ପ୍ରାଥମିକ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ : ଘରେ ଅଛି କି ଚାଉଳ? ଏମିତି କରନ୍ତୁ ପ୍ରତି ମାସ ଆପଣଙ୍କୁ ମିଳିବ ୫୦ହଜାର ଟଙ୍କା

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ଏକ ବସ୍ ଏକ ଟ୍ରକ୍ ପଛରେ ପିଟି ହୋଇଯିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଜୟ ହନୁମାନ ନାମକ ଏହି ଘରୋଇ ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ରାଇରଙ୍ଗପୁରରୁ ବାରିପଦା ଆସୁଥିଲା । ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ହଠାତ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା ।

ବସ୍‌ର ସାମ୍ନା କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

Share this story

World Odia Language Conferene