ବହୁ ଚର୍ଚ୍ଚିତ କୁନି ଝିଅ ‘ପରୀ’ ହତ୍ୟା ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌
 

Pari murder case 20 years jail to culprit
‘ପରୀ’ ହତ୍ୟା ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ଆସିଛି ରାୟ । ନୟାଗଡ଼ର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା ।

ଏହି ହତ୍ୟା ଘଟଣାର ତଦନ୍ତ କରିଥିଲା ରାଜ୍ୟ କ୍ରାଇମବ୍ରାଞ୍ଚର ଏସଆଇଟି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ତଦନ୍ତ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତର ସବିଶେଷ ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ କରାଯାଉଥିଲା । ତଦନ୍ତ ନେଇ ହାଇକୋର୍ଟ ସନ୍ତୋଷ ବ୍ୟକ୍ତ କରିଥିଲେ । 

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଯଦୁପୁର ଗାଁର ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚର ଏସଆଇଟି ଗିରଫ କରି କୋର୍ଟ ଚାଲାଣ କରିବା ସହ ପରବର୍ତ୍ତି ସମୟରେ ଚାର୍ଜସିଟ ଦାଖଲ କରିଥିଲା ।ବିଭିନ୍ନ ପ୍ରକାର ଚାପର ବଶବର୍ତ୍ତି ହୋଇ ପରୀର ବାପା ମା’ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । 

ଅଧିକ ପଢନ୍ତୁ :ଗୁରୁଜନଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତାରେ ରହିବା ସହ ଆୟଠୁ ବ୍ୟୟ ଅଧିକ ହେବେ! ପଢନ୍ତୁ ଆଜିର ରାଶିଫଳ 

ତେବେ କୋର୍ଟ ଏହି ଆବେଦନକୁ ଗ୍ରହଣ କରି ନଥିଲେ। ସୁପ୍ରିମକୋର୍ଟରେ ପରୀର ବାପା ମା’ ସବୁଠୁ ଦାମୀ ଓକିଲ ମହେଶ ଜେଠାମାଲିନୀଙ୍କୁ ନିଯୁକ୍ତ କରିଥିଲେ । ମୃତ ପରୀର ବାପା ମା’ ଗରିବ ହୋଇଥିବା ସତ୍ତ୍ବେ ଏତେ ଦାମୀ ଓକିଲ କିଭଳି ନିଯୁକ୍ତ କଲେ ତାକୁ ନେଇ ସବୁଠି ଭୃକୁଞ୍ଚନ ସୃଷ୍ଟି ହୋଇଥିଲା ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

Share this story