ଆଳି ଭଲି ପୁଣି ଏକ ଘଟଣା, ବାହା ହେଲା ଝିଅ...ଶୁଦ୍ଧି ହେଲେ ବାପା-ମାଆ
 

Parents perform last rites as daughter marries against their will in Gajapati
ବାହା ହେଲା ଝିଅ...ଶୁଦ୍ଧି ହେଲେ ବାପା-ମାଆ
 

ଓଡ଼ିଆ ଗସିପ୍ ବ୍ୟୁରୋ: କିଛି ଦିନ ପୂର୍ବରୁ ଘଟିଥିବା କେନ୍ଦ୍ରାପଡାର ଘଟଣା ପରି ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ସଞ୍ଜୁ ସାହୁ ଓ ସହଦେବ ସାହୁଙ୍କ ପରିବାରରେ ଠିକ ଘଟଣାଟି ଘଟିଛି ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ବଞ୍ଚିଥାଉ ଥାଉ ଝିଅର ଦଶାହ ପାଳିଲା ପରିବାର। ଅନ୍ୟ ଧର୍ମରେ ବିବାହ ହେଲା ବୋଲି ଝିଅର ଶୁଦ୍ଧିକ୍ରିୟା ଦଶାହ କାର୍ଯ୍ୟ କଲେ ବାପା-ମା, ଗାଁର ସହଦେବ ସାହୁଙ୍କର ମଝିଆ ଝିଅ ଚାନ୍ଦିନୀ ସାହୁ ଗତ ୨ ତାରିଖର ବିଳମ୍ବିତ ରାତିରେ ଘର ଛାଡ଼ି କୁଆଡେ ଚାଲି ଯାଇଥିଲା । ପରିବାର ଲୋକେ ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ନଥିଲେ । ଝିଅ କୁଆଡେ ଗଲା ଏନେଇ ସାରାରାତି ଶୋଇପାରିନଥିଲେ ପରିବାର ଲୋକେ । ହେଲେ ସକାଳୁ ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଚାନ୍ଦିନୀ ନିଖୋଜ ହେବାର ଗୋଟିଏ ଦିନ ପରେ ପରିବାର ଲୋକ ଜାଣିବାକୁ ପାଇଥିଲେ କି ଝିଅ ଅନ୍ୟ ଜାତିର ଜଣେ ପୁଅଙ୍କୁ ବିବାହ କରିଛି । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅଶାନ୍ତି ତେଜିବା ପରେ ବଞ୍ଚି ଥାଉଥାଉ ଝିଅର ଶୁଦ୍ଧିକ୍ରିୟା କରିବାକୁ ପରିବାର ଲୋକ ନେଲେ ନିଷ୍ପତ୍ତି । 

ଏନେଇ ୬ ତାରିଖ ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା। ଝିଅ ଘର ଛାଡ଼ି ଅନ୍ୟ ଧର୍ମରେ ବିବାହ କରିଥିବାରୁ ନିଜ ଜାତି ଓ ଧର୍ମର ଅପମାନ ହୋଇଥିବା କହିଛନ୍ତି ପରିବାରବର୍ଗ। ତେଣୁ ଝିଅ ମରିଗଲା ବୋଲି ମାନିବା ସହ ତାର ଫୋଟରେ ଫୁଲ ମାଳ ପକାଇ ପୁରୋହିତଙ୍କ ଦ୍ୱାରା ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ । ଖାଲି ନିଷ୍ପତ୍ତି ନେଲେ ତାହା ନୁହେଁ ବରଂ ଶୁଦ୍ଧି ବି ହେଲେ । ଆଉ ପୁରୋହିତ ଡାକି ଫଟୋରେ ପୁଷ୍ପମାଲ୍ୟ ବି ଦେଲେ । ଯାହାକୁ ନେଇ ପୂରା ଅଂଚଳରେ ଚର୍ଚ୍ଚା ଚାଲିଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story