କାଳିମାଡ଼ ସତ୍ତ୍ବେ ମହାନତା ଦେଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ , ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ଦେଲେ ନିର୍ଦ୍ଦେଶ

Pandian shows hearty sympathy by directing police to release bhaskar sahu

ଓଡ଼ିଆ ଗସିପ ବ୍ୟୁରୋ: ୫ଟି ସଚିବ ଭି.କେ ପାଣ୍ଡିଆନ ସତରେ କାମରେ ଯେତିକି ପରିଶ୍ରମୀ ହୃଦୟରୁ ସେତିକି କୋମଳ ଏବଂ ଭଲ ମଣିଷ । ଯାହା ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି । କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ସତ୍ୟବାଦୀରେ ତାଙ୍କ ଉପରେ କାଳିମାଡ଼ କରିଥିବା ଭାସ୍କର ସାହୁକୁ ଛାଡିଲା ପୁଲିସ । ଫାଇଭ ଟି ସଚିବଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ଅଭିଯୁକ୍ତ ଭାସ୍କରକୁ ଛଡ଼ାଯାଇଛି ।

ଗତକାଲି ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ ବେଳେ ଫାଇଭ ଟି ସଚିବଙ୍କ ଉପରେ କାଳିମାଡ଼ ହୋଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡ଼ିଥିଲା କାଳି । ଭିଡ଼ ଭିତରେ ଲୁଚି ଅଭିଯୁକ୍ତ ଭାସ୍କର ସାହୁ କାଳିମାଡ଼ କରିଥିଲା । ତାକୁ ଘଟଣାସ୍ଥଳରୁ ଧରି ହେପାଜତରେ ନେଇଥିଲା ପୁଲିସ । ତେବେ ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଭାସ୍କର ସାହୁକୁ ଖଲାସ କରିଛି । ଅଭିଯୁକ୍ତ ଭାସ୍କରକୁ ପୁଲିସ ଛାଡ଼ିବା ପରେ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲଛନ୍ତି ପରିବାର ଲୋକ ।

ଅଧିକ ପଢ଼ନ୍ତୁ: ସାବଧାନ! ଏହି ୪ ରାଶି ଥିବା ବ୍ୟକ୍ତିଙ୍କ ବିଗିଡ଼ିଯିବ ସ୍ବାସ୍ଥ୍ଯ ଓ ବ୍ୟବସାୟ...ହରାଇ ବସିବେ ସବୁ ଅର୍ଜିତ ଧନ...

ଗତକାଲି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ କାଳିମାଡ଼ କରିଥିଲା । ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଭାସ୍କର ଏଭଳି କରିଥିବା ଜଣାପଡ଼ିଛି । ରାଜ୍ୟରେ ବିକାଶମୂଳକ କାମକୁ ବିରୋଧୀ ସହ୍ୟ କରିପାରୁନାହାନ୍ତି । ଅସହିଷ୍ଣୁ ହୋଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହା ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ମଧ୍ୟ କୁହାଯାଉଛି ।

ରାଜ୍ୟରେ ଅସହିଷ୍ଣୁତାର ସୀମା ଟପିଛନ୍ତି ବିରୋଧୀ ଦଳ । କ୍ଷମତା ହାସଲରେ ବ୍ୟର୍ଥତା ଓ ହତାଶା ବିରୋଧୀଙ୍କ ବୁଦ୍ଧିଭ୍ରଷ୍ଟ କରି ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତୃଣମୂଳସ୍ତରରେ ଲୋକମାନଙ୍କ ସମସ୍ୟା, ଆପତ୍ତି, ଅଭିଯୋଗର ଶୁଣାଣି ସହ ଏହାର ତ୍ୱରିତ ସମାଧାନ ଏବଂ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ଅନୁଧ୍ୟାନ ନିମନ୍ତେ ଜିଲ୍ଲା ଗସ୍ତରେ ଯାଇଥିବା ‘୫-ଟି’ ସଚିବ ଭି.କେ. ପାଣ୍ଡିଆନଙ୍କ ଉପରକୁ କାଳି ଫିଙ୍ଗି ବିରୋଧୀ ରାଜନୈତିକ ଅସହିଷ୍ଣୁତାର ନଗ୍ନ ଉଦାହରଣ ସୃଷ୍ଟି କରିଛନ୍ତି ।

ଅଧିକ ପଢ଼ନ୍ତୁ: ପୋଷା କୁକୁର ପାଇଁ ମହାଭାରତ, ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଗୁଳିମାଡ଼: ୨ ମୃତ, ୬ ଆହତ

ହିଂସା, ଅସହିଷ୍ଣୁତା ସେମାନଙ୍କ ଶିରାରେ ଶିରାରେ ପ୍ରସାରିତ ଏବଂ ସେମାନଙ୍କ ଆଭିମୁଖ୍ୟ ରାଜ୍ୟ ବିକାଶ ପରିପନ୍ଥୀ ବୋଲି ପ୍ରମାଣିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କାର୍ଯ୍ୟାଳୟ ଓ ‘୫-ଟି’ ସଚିବ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ସାଧାରଣ ଲୋକମାନଙ୍କଠାରୁ ସେମାନଙ୍କର ଅଭିଯୋଗ ଶୁଣୁଛନ୍ତି । ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ସାତ ଦିନ ମଧ୍ୟରେ ମୌଳିକ ସମସ୍ୟାର ସମାଧାନ ହେଉଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିଯୋଗ ଶୁଣାଣି କରିବା ସହ ବିଭିନ୍ନ ଅଞ୍ଚଳରେ ‘୫-ଟି’ ସଚିବ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି । କିନ୍ତୁ ବିରୋଧୀ ଏହାକୁ ସହ୍ୟ କରିପାରୁନାହାନ୍ତି । ଯେତେବେଳେ ଭଲ କାମ ହୁଏ, ଲୋକଙ୍କ ବିକାଶ ହୁଏ ସେତେବେଳେ ଅନେକ ବିକାଶ ବିରୋଧୀଙ୍କ ଅସହିଷ୍ଣୁତା ଶୀର୍ଷରେ ପହଞ୍ଚିଥାଏ । ଯାହାକି ପୁରୀ ଜିଲ୍ଲା ସତ୍ୟବାଦୀରେ ପରିଲକ୍ଷିତ ହୋଇଛି ।

Share this story