ପୋଷା କୁକୁର ପାଇଁ ମହାଭାରତ, ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଗୁଳିମାଡ଼: ୨ ମୃତ, ୬ ଆହତ

Indore Man Opens Fire On Neighbours After Argument Over Pet Dogs
ପୋଷା କୁକୁର ପାଇଁ ଗୁଳିମାଡ଼: ୨ ମୃତ, ୬ ଆହତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମଧ୍ୟପ୍ରଦେଶ ଇନ୍ଦୋରରେ ଅଭାବନୀୟ ଘଟଣା । କୁକୁର ପାଇଁ ଦୁଇଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ସୁରକ୍ଷାକର୍ମା। ପୋଷା କୁକୁରକୁ ନେଇ ଅଭିଯୁକ୍ତ ରାଜପାଲ ରାଜାଓ୍ବତ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରାଜପାଲଘରୁ ଏକ ବନ୍ଧୁକ ଆଣି ପଡ଼ୋଶୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

ଖବର ଅନୁସାରେ, ଇନ୍ଦୋରର ଖଜ୍ରାନା ଅଞ୍ଚଳରେ କୃଷ୍ଣ ବାଗ କଲୋନୀର ୧୧୭ ବିରେ ଦୁଇଟି କୁକୁର ବୁଲିବାକୁ ନେଇ ଝଗଡା ପରିସ୍ଥିତି ଉପୁଜିଥିଲା। ଯେଉଁ କାରଣରୁ ବ୍ୟାଙ୍କ ଅଫ୍ ବରୋଦାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଜପାଲ ରାଜୱାଟ ରାଗରେ ଆସି ଘରର ଗ୍ୟାଲେରୀରୁ ଠିଆ ହୋଇ ଗୁଳି ଚଳାଇଥିଲେ। 

ଏହି ସମୟରେ ଭିମଲ ଆଚାଲା ଏବଂ ରାହୁଲ ଅମାଚା ନାମକ ଜଣେ ଯୁବକ ଏହି ଘଟଣାରେ ଗୁଳିରେ ଆଘାତ ହୋଇ ମୃତ୍ୟୁ ବରଣ କରିଥିଲେ। ଏହି ଗୁଳି ବିନିମୟରେ ମୋଟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ପରବର୍ତ୍ତୀ ସମୟରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷାକର୍ମୀ ରାଜପାଲଙ୍କୁ ଗିରଫ କରିଥିଲା ​​ଏବଂ ଲାଇସେନ୍ସପ୍ରାପ୍ତ ୧୨ ବୋର ବନ୍ଧୁକ ମଧ୍ୟ ଉଦ୍ଧାର କରିଥିଲା। ମୃତ ତଥା ଅଭିଯୁକ୍ତ ପଡୋଶୀ ହୋଇଥିବାର ସୂଚନା ମିଳିଛି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ରାଜପାଲ ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତି । ପୁଲିସ ତାଙ୍କୁ ଗିରଫ କରିବା ସହ ଲାଇସେନ୍ସପ୍ରାପ୍ତ ବନ୍ଧୁକ ପୁଲିସ ଜବତ କରିଛି ।

Share this story