ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, କହିଲେ ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି ଓ ରହିବି, ମୋ ପରେ...
 

Pandian is not my successor says Odisha CM Naveen Patnaik
କହିଦେଲେ ନବୀନ ଉତ୍ତରାଧିକାରୀ କିଏ ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ପାଇଁ କାମ କରି ଆସିଛି। ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ। ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି, ଆଗକୁ ମଧ୍ୟ ରହିବ। ବିଜେଡି ଓଡ଼ିଶାର ଲୋକଙ୍କ ସେବା ପାଇଁ ଗଠନ ହୋଇଥିଲା , ଆଉ ଏହି କାମ ଆମେ କରି ଚାଲିଛୁ। ମୋ ପରେ ବି ଲୋକଙ୍କ ପାଇଁ କାମ କରିବ ବିଜେଡି।

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ କହିଛନ୍ତି ଯେ ମୋ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।ମାସେ ହେଲା ଖରାରେ ପ୍ରଚାର କରୁଛି । ରାଜ୍ୟବାସୀଙ୍କ ସେବା କରିବାକୁ ସମ୍ପୂର୍ଣ୍ଣ ଫିଟ୍ ଅଛି। ବିଜେଡି ନିର୍ବାଚନରେ ଭଲ ପ୍ରଦର୍ଶନ କରି ପୁଣି କ୍ଷମତାକୁ ଆସିବ। 

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ବିଜେପି ଏବେ ହତାସ ହୋଇ ପଡ଼ିଛି। ତେଣୁ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି। ଗତ ୧୦ ବର୍ଷ ହେବ ବିଜେପିର କିଛି ନେତା ଏମିତି ଅପପ୍ରଚାର କରୁଛନ୍ତି । ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ତେବେ ଫୋନ କରି ମୋ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ପାରିଥାନ୍ତେ । ନିର୍ବାଚନ ସମୟରେ ଏଭଳି କହିବା କେବଳ ଭୋଟ ପାଇଁ ବୋଲି କହିଛନ୍ତି ନବୀନ ।

ଅନ୍ୟପଟେ ନବୀନ ପୂର୍ବରୁ ନିଜ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିତ କରିବେ ବୋଲି କହିସାରିଥିଲେ ମଧ୍ୟ ବିରୋଧୀ ଏହାକୁ ନେଇ କହୁଥିବା ମିଥ୍ୟା ଅପପ୍ରଚାରକୁ ନେଇ ମୁହଁ ଖୋଲିଛନ୍ତି। ନବୀନ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବରଂ ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ । କାହିଁକି ଏମିତି ଅପପ୍ରଚାର କରାଯାଉଛି ତାହା ବୁଝିପାରୁନି । 

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

କାରଣ ପାଣ୍ଡିଆନ ନିର୍ବାଚନ ମଧ୍ୟ ଲଢୁନାହାନ୍ତି । ମୁଁ ସରକାରରେ ସବୁ ନିଷ୍ପତ୍ତି ନିଏ । ବିରୋଧୀ ଏଭଳି ଅଭିଯୋଗ ପୂର୍ବରୁ ମଧ୍ୟ ଆଣିଛନ୍ତି । ମୁଁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରେ । କୌଣସି କ୍ୟାବିନେଟ ବୈଠକ ହୋଇନାହିଁ ଯେଉଁ ବୈଠକରେ ମୁଁ ଅଧ୍ୟକ୍ଷତା କରିନାହିଁ ବୋଲି କହିଛନ୍ତି ନବୀନ।

ଏଥି ସହିିିତ ବିଜେପି ତରଫରୁ କ୍ରମାଗତ ଅପଶବ୍ଦ ଏବଂ ହୀନ ମନ୍ତବ୍ୟକୁ ନେଇ ନବୀନ କହିଛନ୍ତି, ରାଜନୀତିରେ ମୋର କାହାପ୍ରତି ଆକ୍ରୋଶ ନାହିଁ । ସାଧାରଣ ଜୀବନରେ ମୁଁ କାହା ପ୍ରତି କେବେ ଆକ୍ରୋଶ ଦେଖାଇନି । ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅଧିକ ପଢନ୍ତୁ : କୌଣସି କଥାକୁ ନେଇ ଚିନ୍ତାରେ ରହିବା ସହ ଏହି ରାଶି ବ୍ୟକ୍ତିଙ୍କ ଅଟକି ରହିଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 
 

Share this story