ଆହୁରି ଭିଜିବ ସାରା ରାଜ୍ୟ, ଏହି ୬ ଜିଲ୍ଲାକୁ ଅରେଞ୍ଜ୍ ଓ ଏହି ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଓଡ଼ିଆ ଗସିପ୍ ବ୍ୟୁରୋ: ଗତକାଲିଠୁ ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଜି ବିଭିନ୍ନ ସ୍ଥାନରେ ଘଡଘଡି ସହ ବିଜୁଳି ଓ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ପଶ୍ଚିମାବାୟୁ ସ୍ରୋତରେ ସୃଷ୍ଟିହୋଇଥିବା ନିମ୍ନଚାପ ରେଖା ଯୋଗୁ ବର୍ଷା ଲାଗିରହିଛି।
ଏହାସହ ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ସୃଷ୍ଟିହୋଇଥିବା ନିମ୍ନଚାପ ରେଖା ସହ ଜଡିତ ପଶ୍ଚିମା-ଶୁଷ୍କବାୟୁ ସହ ବଙ୍ଗୋପସାଗର ଅଞ୍ଚଳରୁ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟମଧ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ପରିସ୍ଥିତି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା, କୁଆପଥର, ଝଡପବନ ତଥା ଭାରିବର୍ଷା ଲାଗିରହିଛି।
ଆଧିକ ପଢନ୍ତୁ :ବଜ୍ରପାତରେ ହୁତୁହୁତୁ ହୋଇ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ବିଟେକ୍ ପଢୁଆ ପୁଅ
ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଛି। ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା – ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ।
ସେହିପିର ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି – ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ।
ଆଧିକ ପଢନ୍ତୁ : ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେବା ସହ ଏମାନଙ୍କ ଦାମ୍ପତ୍ୟ ଜୀବନ ଚିନ୍ତାଜନକ ରହିବ! ପଢନ୍ତୁ ଆଜିର ରାଶିଫଳ