ତପ୍ତପାଣି ଘାଟି ତଳକୁ ଖସିଲା ହଳଦୀ ବୋଝେଇ ଟ୍ରକ୍, ହେଲପର୍ ମୃତ, ଡ୍ରାଇଭର୍ ଫେରାର

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଜକରାପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହଳଦୀ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ତପ୍ତପାଣି ଘାଟି ତଳକୁ ଖସି ଓଲଟି ପଡ଼ିବାରୁ ହେଲପରଙ୍କର ମୃତ୍ୟୁ ଘଟିଛି।
ମୃତକଙ୍କ ନାଁ ସୁରେଶ କୁମାର ଗୁରୁ। ତାଙ୍କ ଘର ନୟାଗଡ଼ ଜିଲ୍ଲାର ଇଟାମାଟି ଅଂଚଳରେ। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଛି ।
ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...
ଟ୍ରକଟି ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ତତ୍ପପାଣି ଜକରାପଲ୍ଲୀରେ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପାଟପୁର ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
ଅଧିକ ପଢନ୍ତୁ : କୌଣସି କଥାକୁ ନେଇ ଚିନ୍ତାରେ ରହିବା ସହ ଏହି ରାଶି ବ୍ୟକ୍ତିଙ୍କ ଅଟକି ରହିଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ