ପ୍ରେମ ମାନେ ନାହିଁ ବୟସର ବନ୍ଧବାଡ଼, ପରିଣତ ବୟସରେ କୁଷ୍ଠାଶ୍ରମ ଅନ୍ତେବାସୀରୁ ବନିଲେ ଦମ୍ପତି
 

old man marries old woman at balasore
ପରିଣତ ବୟସରେ ପ୍ରେମ,କୁଷ୍ଠାଶ୍ରମ ଅନ୍ତେବାସୀରୁ ବନିଲେ ଦମ୍ପତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମ ମାନେ ନାହିଁ ଜାତି-ଧର୍ମ, ଧନୀ-ଦରିଦ୍ର କି ବୟସର ବନ୍ଧବାଡ଼। ଏ ଉକ୍ତିକୁ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି, ବାଲେଶ୍ବର ସହର ଉପକଣ୍ଠ ବାମପଦାସ୍ଥିତ ଲେପ୍ରୋସି କଲୋନୀର ଦାସ ମାରାଣ୍ଡି (୬୫) ଓ ପଦ୍ମାବତୀ ଦାସ (୬୩)। ପରିଣତ ବୟସରେ ଆଜି ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ପରସ୍ପରର ସାଥୀ ହୋଇ ରହିବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଗରେ ଶପଥ ନେଇଛନ୍ତି। 

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

କୁଷ୍ଠାଶ୍ରମରେ ଥିବା ଜଗନ୍ନାଥ ମନ୍ଦିରରେ ରୀତିନୀତି ସହ ଉଭୟଙ୍କ ବିବାହ ସଂପନ୍ନ ହୋଇଛି। ଏହି ଘଟଣା ଆଜି ବାଲେଶ୍ବର ଜିଲ୍ଲା‌ରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି, ସୂଚନାନୁଯାୟୀ, କୁଷ୍ଠରୋଗରେ ପୀଡ଼ିତ ଔପଦା ଅଞ୍ଚଳର ପଦ୍ମାବତୀ ଗତ ୧୫ ବର୍ଷ ହେଲା ଏହି ଲେପ୍ରୋସି କଲୋନୀରେ ରହି ଚିକିତ୍ସିତ ହୋଇଆସୁଛନ୍ତି। ଏହିଠାରେ ତାଙ୍କର ଦାସ ମାରାଣ୍ଡିଙ୍କ ସହ ପରିଚୟ ହୋଇଥିଲା। ଦୁହିଁଙ୍କ ଭିତରେ କଥାବାର୍ତ୍ତା, ପରସ୍ପରକୁ ନିକଟତର କରିଥିଲା ଏବଂ ଧୀରେଧୀରେ ସେମାନଙ୍କ ସଂପର୍କ ନିବିଡ଼ ହୋଇଥିଲା। 

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

କିନ୍ତୁ କଲୋନୀରେ ରହୁଥିବା କିଛି ଅନ୍ତେବାସୀଙ୍କ ଦେହରେ ଏହା ଯାଇନଥିଲା। ନିରୋଳାରେ ବସି ଦୁହେଁ ଭଲ-ମନ୍ଦ କଥାବାର୍ତ୍ତା ହେଉଥିବା ବେଳେ ସେମାନେ ତାଙ୍କୁ ଟାହିଟାପରା କରୁଥିଲେ। ତେଣୁ ଏ ସଂପର୍କକୁ ସ୍ବାମୀ-ସ୍ତ୍ରୀର ପରିଚୟ ଦେବା ପାଇଁ ଦୁହେଁ ଉଦ୍ୟମ କରିଥିଲେ। ଏ ବିଷୟରେ ସେମାନେ ପ୍ରଥମେ ଲେପ୍ରୋସି ବିଭାଗର ଡାକ୍ତର ସୁମିତ୍ରା ଦେଙ୍କୁ ଜଣାଇଥିଲେ। 

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ଡାଃ ଦେଙ୍କ ପ୍ରଚେଷ୍ଟାରେ ଆଜି ମଧ୍ୟାହ୍ନରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି। କୁଷ୍ଠାଶ୍ରମରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ବୈଦିକ ରୀତିନୀତିରେ ଦୁହେଁ ଦୁହିଁଙ୍କୁ ସାତଜନମର ସାଥୀ କରିଛନ୍ତି। ଏଥିରେ କଲୋନୀର ସମସ୍ତ ଅନ୍ତେବାସୀ ଉପସ୍ଥିତ ରହି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଳ ସେନ ଜଗଦେବ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମୃତ୍ୟୁଞ୍ଜୟ ମିଶ୍ର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଦୁହିଁଙ୍କୁ ସୁଖମୟ ଦାମ୍ପତ୍ୟ ଜୀବନ କାମନା କରିଥିଲେ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
 

Share this story