ସାରା ଅଞ୍ଚଳରେ ଚାଞ୍ଚଲ୍ୟ, ୪ ବର୍ଷର ଝିଅକୁ ମାରି ପୋତିଦେଲା ମା’
 

Odisha woman kills 4-yr-old daughter buries body in forest
୪ ବର୍ଷ ବୟସର ଝିଅକୁ ମାରି ପୋତିଦେଲା ମା’
 

ଓଡ଼ିଆ ଗସିପ୍ ବ୍ୟୁରୋ: ୪ ବର୍ଷର ଶିଶୁକନ୍ୟାକୁ ହତ୍ୟା କରି ଜଙ୍ଗଲରେ ପୋତିଦେଲା ମା’। ଏହି ଲୋମହର୍ଷଣକାରୀ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଅମାନବୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ।

ଶନିବାର ଦିନ ଏହି ଘଟଣା ଘଟିଥିଲେ ହେଁ ଆଜି ପଦାକୁ ଆସିଛି। ପୁଲିସ ଗାଁ ନିକଟ ଆରଗାଡ଼ି ଜଙ୍ଗଲ‌ରେ ମାଟି ତଳୁ ଶିଶୁକନ୍ୟାର ଶବକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି। ଏନେଇ ନମ୍ବର ୧୨୬/୨୩ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମା’ ପଦ୍ମିନୀ ଦଣ୍ଡିଆଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ହତ୍ୟାକାଣ୍ଡର ଶିକାର ଶିଶୁକନ୍ୟା ହେଲା, ସୁରେଖା ଦଣ୍ଡିଆ (୪)। ହତ୍ୟାକାଣ୍ଡ ପଛର କାରଣ ଜଣାପଡ଼ି ନଥିଲେ ହେଁ ପାରିବାରିକ କଳହ ଯୋଗୁଁ ଘଟିଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ସୂଚନାନୁଯାୟୀ, ୨୦୧୮ ମସିହାରେ ରାକେଶ ଦଣ୍ଡିଆ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ ପଦ୍ମିନୀ। ବିବାହର କିଛି ବର୍ଷ ପରେ ଦୁହିଁଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତା’ ପରଠାରୁ ଉଭୟଙ୍କ ଦାମ୍ପତ୍ୟ ଜୀବନରେ କଳହ ଆରମ୍ଭ ହୋଇଯାଇଥିଲା। ଛୋଟ‌ଛୋଟ କଥାକୁ ନେଇ ଦୁହିଁଙ୍କ ମଧ୍ୟ‌ରେ ପାଟିତୁଣ୍ଡ ହେବାରୁ ୪ ବର୍ଷ ତଳେ ନିଜ ଝିଅକୁ ଧରି ପଦ୍ମିନୀ ନିଜ ବାପଘରକୁ ଚାଲି ଆସିଥିଲେ।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ତେବେ ଗତ ଶନିବାର ପଦ୍ମିନୀ ନିଜ ଝିଅ ସୁରେଖାକୁ ନେଇ କେଉଁଆଡ଼େ ଚାଲି ଯାଇଥିଲେ। ପଦ୍ମିନୀଙ୍କ ବାପା ବିପିନ ବହୁ ଖୋଜାଖୋଜି କରିବା ପରେ ପଦ୍ମିନୀଙ୍କୁ ପାଇଥିଲେ। କିନ୍ତୁ ସୁରେଖା ବିଷୟରେ ପଚାରିବାରୁ ତାକୁ ହତ୍ୟା କରି ପୋତି ଦେଇଛି ବୋଲି ପଦ୍ମିନୀ ଉତ୍ତର ଦେଇଥିଲେ। ଏ ସପଂର୍କରେ ବିପିନ ପୁଲିସକୁ ଜଣାଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ଘଟଣାସ୍ଥଳରେ ଜଙ୍ଗଲରେ ପହଞ୍ଚିଥିଲା। ଜଙ୍ଗଲ ଭିତରେ ଥିବା ପୋଖରୀ ନିକଟରୁ ମାଟି ତଳୁ ସୁରେଖାର ଶବ ଜବତ କରାଯାଇଥିଲା। 

ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ଏ ସଂପର୍କରେ କହିଛନ୍ତି ଯେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଅଧିକ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

Share this story