ଭିଜିଲାନ୍ସ ଜାଲରେ ଅବକାରୀ ASI ବାବୁ, ୪ DSPଙ୍କ ନେତୃତ୍ୱରେ ୬ ଇନ୍ସପେକ୍ଟର କରିଛନ୍ତି ଚଢ଼ାଉ

Odisha vigilance raid in Nayagarh on police ASI
ଭିଜିଲାନ୍ସ ଜାଲରେ ଅବକାରୀ ASI ବାବୁ

ଓଡ଼ିଆ ଗସିପ୍ ବ୍ୟୁରୋ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଅବକାରୀ ବିଭାଗର ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଚଢ଼ାଉ। ବାଲୁଗାଁ ସର୍କଲ ଅବକାରୀ ASI ସୁଦୀପ୍ତ ଦାସଙ୍କ ବିରୋଧରେ ଥିଲା ଅଭିଯୋଗ। ୪ DSPଙ୍କ ନେତୃତ୍ୱରେ ୬ ଇନ୍ସପେକ୍ଟର କରିଛନ୍ତି ଚଢ଼ାଉ । 

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଏକାକାଳୀନ ୪ଟି ସ୍ଥାନରେ ଚଢ଼ାଉ ହେଉଥିବା ନେଇ ସୂଚନା । ସୁଦୀପ୍ତଙ୍କ ନୟାଗଡରେ ଥିବା ନିଜ ଘର, ଭଡା ଘର, ବାଲୁଗାଁରେ ଥିବା ଭଡା ଘର ସହ ଅବକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଚାଲିଛି । ବାବୁଙ୍କ ବିରୋଧରେ ପଡିଥିଲା ଏକାଧିକ ପିଟିସନ । 

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି

Share this story