ଥାନା ଅଧିକାରୀଙ୍କ ସରକାରୀ କ୍ବାର୍ଟର୍ସରୁ ମିଳିଲା ବିଡା ବିଡା ନୋଟ୍, ଟଙ୍କା ନେଇ ଘରକୁ ଯାଉଥିବା ବେଳେ ମାଡିବସିଲା ଭିଜିଲାନ୍ସ
 

Odisha Vigilance Detains IIC Boipariguda Susanta Satpathy and Rs 25 Lakh Cash Seized
ବୈପାରିଗୁଡ଼ା ଥାନା ଅଧିକାରୀଙ୍କ କଟକ ସରକାରୀ କ୍ବାର୍ଟର୍ସରୁ ମିଳିଲା ନଗଦ ୨୫ ଲକ୍ଷ ଟଙ୍କା
 

ଓଡ଼ିଆ ଗସିପ୍ ବ୍ୟୁରୋ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରୁ ମିଳିଛି ନଗଦ ୨୫ ଲକ୍ଷ ଟଙ୍କା। ଏଥିରେ ୫ଶହ ଟଙ୍କିଆ, ଶହେ ଓ ଦୁଇ ଶହ ଟଙ୍କିଆ ନୋଟ୍ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। 

ଅଧିକ ପଢନ୍ତୁ :ସପ୍ତାହିକ ରାଶିଫଳ: ପାରିବାରିକ ଜୀବନରେ ଅସ୍ଥିରତା ସହିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ

ଗତକାଲି ତାଙ୍କ ବୈପାରିଗୁଡ଼ା କ୍ବାର୍ଟର୍ସ, ବସ୍ ଓ ଅଫିସରୁ ସାଢ଼େ ୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏବେ ବି ଟଙ୍କା ଗଣା ଚାଲିଛି। ବୈପାରିଗୁଡାରୁ ସେ ଟଙ୍କା ନେଇ ବସରେ କଟକ ଯାଉଥିବା ବେଳେ ସୂଚନା ପାଇ ଭିଜିଲାନ୍ସର ଏକ ଟିମ୍ ଆଇଆଇସିଙ୍କୁ ଜୟପୁର ନିକଟରେ ଅଟକାଇଥିଲା । 

ଅଧିକ ପଢନ୍ତୁ :ମାନସିକ ଅବସାଦ ଓ ଆର୍ଥିକ ସମସ୍ୟା ଦେଖା ଦେବା ସହ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଘାରିବ! ପଢନ୍ତୁ ଆଜିର ରାଶିଫଳ 

ସୂଚନା ମୁତାବକ ତଲାସୀ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ଟଙ୍କା କେଉଁଠାରୁ ଆଣିଲେ ବୋଲି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଆଇଆଇସି ।ପରେ ବୈପାରିଗୁଡା ଥାନାରେ ତାଙ୍କ ଅଫିସ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଖାନତଲାସୀ ବେଳେ ମିଳିଥିଲା । 

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ତାଙ୍କଠାରୁ ମୋଟ ସାଢେ ୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ ହେବା ନେଇ ସୂଚନା ରହିଛି। ଏହାସହ ସୁଶାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରୁଛି। ଆଇଆଇସି ସୁଶାନ୍ତ କୁମାରଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଗତକାଲି ଭିଜିଲାନ୍ସ ତାଙ୍କୁ ଧରିଥିଲା।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ
 

Share this story