ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆସନ୍ତା ୨୭ରେ ସାରା ରାଜ୍ୟର ସ୍କୁଲ-କଲେଜ ଓ ସମସ୍ତ ସରକାରୀ ଅଫିସ ବନ୍ଦ
 

State Govt Declares School and College Holiday On Jan 27
୨୭ରେ ସାରା ରାଜ୍ୟର ସ୍କୁଲ-କଲେଜ ଓ ସମସ୍ତ ସରକାରୀ ଅଫିସ ବନ୍ଦ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁୟାରୀ ୨୭ ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ।

ଅଧିକ ପଢନ୍ତୁ :ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ପାରିବାରିକ ସମସ୍ୟା ଦେଖା ଦେବ, ପଢନ୍ତୁ ରାଶିଫଳ 

ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ସାରା ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଚତୁର୍ଥ ଶନିବାର ଯୋଗୁଁ ସେଦିନ ସମସ୍ତ ସରକାରୀ ଅଫିସ ମଧ୍ଯ ବନ୍ଦ ରହୁଛି।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story