ଓଡ଼ିଶାରେ ଚାଞ୍ଚଲ୍ୟ : ଜାଲରେ ପଡିଲା ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ତେଲିଆ ମାଛ, ମାଛର ନାଁ ଜାଣିଲେ ତାଯୁବ ହେବେ...

Strange fish in net worth lakhs of rupees

ଓଡ଼ିଆ ଗସିପ ବ୍ୟୁରୋ: ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ । ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମ କରାଯାଇଛି । ଯାହାର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ରହିଛି ।

ସେହି ମାଛର ନାଁ ରହିଛି ତେଲିଆ ବୋରେଇ । ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି । ତେବେ ପାର୍ବତୀ ନାମକ ଟ୍ରଲର ସମୁଦ୍ରରେ ମାଛ ଧରୁଥିବା ସମୟରେ ୧୭ଟି ତେଲିଆ ବୋରେଇ ମାଛ ପଡିଥିଲା ।

ଅଧିକ ପଢ଼ନ୍ତୁ: କିରୋସିନ ଢ଼ାଳି ଏବଂ ନିଜ ଦେହରେ ନିଆଁ ଲଗାଇଦେଲେ କଲେଜ ଛାତ୍ରୀ, କାରଣ ଥିଲା...

ଅଧିକ ପଢ଼ନ୍ତୁ: ଏହି ରାଶି ଲୋକଙ୍କ କାର୍ଯ୍ୟରେ ବାଧା ଉପୁଜିବା ସହ ବ୍ୟୟ ବୃଦ୍ଧିର ରହିଛି ଯୋଗ! ପଢନ୍ତୁ ଆଜିର ରାଶିଫଳ 

ଟ୍ରଲର ଟି ତୁରନ୍ତ ମାଛଧରା ବନ୍ଦ କୁ ଆସିବା ପରେ ୧୭ଟି ମାଛକୁ ନିଲାମ କେନ୍ଦ୍ର ରେ ନିଲାମ କରାଯାଇଥିଲା । ତେବେ ଏହି ୧୭ ଟି ମାଛର ମୂଲ୍ୟ ୨୦ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାରେ ବ୍ୟବସାୟୀ ମାନେ କିଣି ନେଇଥିବା ଜଣାପଡିଛି ।

ଏହି ମାଛର ପୁଟି ଔଷଧ ତିଆରି କାର୍ଯ୍ୟରେ ଲାଗୁଥିବାରୁ ମାଛ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ । ବିଦେଶରେ ଏହି ମାଛର ଚାହିଦା ଢେର ଅଧିକ ରହିଛି ।

Share this story