କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇଦେଲେ କଲେଜ ଛାତ୍ରୀ, କାରଣ ଥିଲା...

college girl self immolate herself

ଓଡ଼ିଆ ଗସିପ ବ୍ୟୁରୋ: କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ରୀ । କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ କଲେଜ ଛାତ୍ରୀ । ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗାଁରେ ।

ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଗୌଡ( ୧୭) । ତେବେ କେଉଁ କାରଣ ପାଇଁ ଛାତ୍ରୀଜଣକ ଆତ୍ମହତ୍ୟା କଲେ ତା’ର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ କୋଟିନଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ଏହି ରାଶି ଲୋକଙ୍କ କାର୍ଯ୍ୟରେ ବାଧା ଉପୁଜିବା ସହ ବ୍ୟୟ ବୃଦ୍ଧିର ରହିଛି ଯୋଗ! ପଢନ୍ତୁ ଆଜିର ରାଶିଫଳ

ସୂଚନା ଅନୁଯାୟୀ, ଘରେ କେହି ନଥିବା ବେଳେ ପୂଜା ଆଜି ସକାଳେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ପୂଜା ଜଳୁଥିବା ବେଳେ ପଡୋଶୀ ଦେଖି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ପୂଜା ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।

Share this story