୫୯୪୦ କୋଟିର ପୁଞ୍ଜିନିବେଶ, ମୟୂରଭଞ୍ଜରେ ହେବ ୧୨ଟି ବୃହତ୍‌‌ ଶିଳ୍ପ, ୯୩୧୨ ଜଣ ପାଇବେ ନିଯୁକ୍ତି 
 

Odisha govt 12 key projects with investment of Rs 5940-crores in mayurbhanj
ମୟୂରଭଞ୍ଜରେ ହେବ ୧୨ଟି ବୃହତ୍‌‌ ଶିଳ୍ପ,
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୫୯୪୦.୨୮ କୋଟି ଟଙ୍କା ପୁଞ୍ଜିନିବେଶ‌ରେ ୧୨ଟି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ହେବ। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏହାକୁ ଅନୁମୋଦନ କରିଛି। ଏହାଦ୍ବାରା ୯୩୧୨ଜଣ ନିଯୁକ୍ତି ପାଇବେ। ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଅଧିବେଶନରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ସୂଚନା ଦେଇଛନ୍ତି। 

ବାରିପଦା ବିଧାୟକ ପ୍ରକାଶ ସୋରେନ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦେବ ଏହି ସୂଚନା ଦେଇଥିଲେ। ଏହି ଖବର ପଦାକୁ ଆସିବା ପରେ ପୂରା ଜିଲ୍ଲାରେ ଖୁସିର ବାତାବରଣ ଖେଳିଯାଇଛି।

ମନ୍ତ୍ରୀ ଶ୍ରୀ ଦେବଙ୍କ ସୂଚନାନୁସାରେ, କରଞ୍ଜିଆ ତହସିଲର ଧାକୋଟାଠାରେ ୩୨୩.୩୮କୋଟି ଟଙ୍କାରେ ୦.୧୮ ଏମଟିପିଏ କ୍ଷମତା ବିଶିଷ୍ଟ ଜିଏମ ଆଇରନ ଓ ଷ୍ଟିଲ ଲିଃ କମ୍ପାନୀ କାର୍ଯ୍ୟ କରିବ। ଏଥିରେ ୧୦୬୬ଜଣ ନିଯୁକ୍ତି ପାଇବେ। ସେହିପରି ରାଇରଙ୍ଗପୁରରେ ୯୪୫.୪୨କୋଟି ଟଙ୍କାରେ ଷ୍ଟିଲ ୦.୪୦ଏମଟିପିଏ କ୍ଷମତା ବିଶିଷ୍ଟ ନୀପାଜ ବି ସି ଡଗରା (ପ୍ରା) ଲିମିଟେଡ୍‌ କମ୍ପାନୀ କାର୍ଯ୍ୟ କରିବ। ଏଥିରେ ୧୬୦୦ ଜଣ ନିଯୁକ୍ତି ପାଇବେ। 

ଅପରପକ୍ଷରେ ରାଇରଙ୍ଗପୁରରେ ୧୭୦ କୋଟି ଟଙ୍କାରେ ବେନିଫିକେସନ ୧.୮ଏମଟିପିଏ ଓ ପେଲ୍ଲେଟ ୧.୨ ଏମଟିପିଏ କ୍ଷମତା ବିଶିଷ୍ଟ ୱେବଲମାନ ଷ୍ଟିଲ୍ସ ଗାଙ୍ଗେୟା ସାପ୍ଲାଏ ଏଜେନ୍ସି ପ୍ରା.ଲି. କାର୍ଯ୍ୟ କରିବ। ଏହି ସଂସ୍ଥାରେ ୨୭୪ଜଣ ନିଯୁକ୍ତି ପାଇବେ।

ସେହିପରି ୨୫୬ କୋଟି ଟଙ୍କାରେ ଆଇରନ ଓର ବେନିଫିକେସନ ୨.୫ ଏମଟିପିଏ ଓ ପେଲେଟ ୧.୨ ଏମଟିପିଏ କ୍ଷମତା ବିଶିଷ୍ଟ ଷ୍ଟିଲ ପେଲେଟିଷ୍ଟସନ ଓ ବେନିଫିକେସନ ସଂସ୍ଥା ରାଇରଙ୍ଗପୁର ବ୍ଲକର ବାଲିଡାଙ୍ଗରି, କୁଲେଇଶିଳା ଓ ସାନମୌଦାରେ କାର୍ଯ୍ୟାରମ୍ଭ କରିବ। ଏଥିରେ ୨୭୪ ଜଣ ନିଯୁକ୍ତି ପାଇବେ। ସେହିପରି ଜିଲ୍ଲା ମୁଖ୍ୟାଳୟ ବାରିପଦା ଛାଞ୍ଚ ଶିଳ୍ପାଞ୍ଚଳରେ ୫୫କୋଟି ଟଙ୍କାରେ ହଟ ଡିପ ଗ୍ଲାଭାନାଇଜଡ ଷ୍ଟିଲ ଷ୍ଟ୍ରକଚର ୭୦, ୦୦୦ ଟିପିଏ କ୍ଷମତା ବିଶିଷ୍ଟ ନିଉ ମଡର୍ଣ୍ଣ ଟୋକ୍ନୋମେକ ପ୍ରା.ଲି. କାର୍ଯ୍ୟ କରିବ। ଏଥିରେ ୯୯୩ଜଣ ନିଯୁକ୍ତି ପାଇବେ। 

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ମାନସିକ ଅଶାନ୍ତି ସହ କଠିନ ପରିସ୍ଥିତିର ସାମ୍ନା କରିବେ! ପଢନ୍ତୁ ରାଶିଫଳ 

ଛାଞ୍ଚ ଶିଳ୍ପାଞ୍ଚଳରେ ଅନ୍ୟ ଏକ ବୃହତ୍‌‌ ଶିଳ୍ପ ୬୬.୩୩ କୋଟି ଟଙ୍କାରେ ଚିକ୍ସ ୮୦୫.୧୧ ଲକ୍ଷ ୟୁନିଟ ପ୍ରତିବର୍ଷ କ୍ଷମତା ବିଶିଷ୍ଟ ଆବିସ ଏକ୍ସପୋର୍ଟ (ଇଣ୍ଡିଆ) ପ୍ରା.ଲିଃ କାର୍ଯ୍ୟ କରିବ। ଏଥିରେ ୧୬୫୦ଜଣ ନିଯୁକ୍ତି ପାଇବେ।

ରାଇରଙ୍ଗପୁରରେ ୧୪୦୦କୋଟି ଟଙ୍କାରେ ସ୍ପଞ୍ଜ ଆଇରନ ୦.୭୨ ଏଟିପିଏ, ବିଲେଟ ୦.୫୫ ଏଟିପିଏ, ଟିଏମଟି ବାର ୦.୫ଏମଟିପିଏ, ପେଲେଟ ୦.୯ଏମଟିପିଏ ଓ ସିପିପି (ଏଏଫବିସି ଆଣ୍ଡ ଡବ୍ଲ୍ୟୁଏଚଆରବି) ୬୦ଏମଡବ୍ଲୁ କ୍ଷମତା ବିଶିଷ୍ଟ ରୁଙ୍ଗଟା ମେଟାଲ ପ୍ରା.ଲିଃ କାର୍ଯ୍ୟ କରିବ। ଏଥିରେ ୧୧୨୫ଜଣ ନିଯୁକ୍ତି ପାଇବେ। 

ସେହିପରି ରାଇରଙ୍ଗପୁରରେ ୯୮.୦୫ କୋଟି ଟଙ୍କାରେ ୨୭, ୦୦୦ ଟିପିଏ କ୍ଷମତା ବିଶିଷ୍ଟ ସିଦସା ଫାଉଣ୍ଡ୍ରି ପ୍ରା.ଲିଃ କାର୍ଯ୍ୟ କରିବ। ଏଥିରେ ୨୦୦ଜଣ ନିଯୁକ୍ତି ପାଇବେ। ପୁଣି ରାଇରଙ୍ଗପୁରରେ ୧୧୪୦ କୋଟି ଟଙ୍କାରେ ଏକ୍ସପାନ୍ସନ ଫ୍ରମ ୦.୫ ଏମଟିପିଏରୁ ୧ ଏମଟିପିଏ କ୍ଷମତା ବିଶିଷ୍ଟ ଅନ୍ୟ ଏକ ରୁଙ୍ଗ୍‌‌ଟା ମେଟାଲ୍ସ ପ୍ରା.ଲିଃ କାର୍ଯ୍ୟ କରିବ। ଯେଉଁଥିରେ ୧୦୧୦ଜଣ ନିଯୁକ୍ତି ପାଇବେ। 

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ରାଇରଙ୍ଗପୁରରେ ଆଉ ଏକ ବୃହତ୍‌‌ ଶିଳ୍ପ ୧୯୬.୫୬ କୋଟି ଟଙ୍କାରେ ଟିଲିଟିଙ୍ଗ କଲର କୋଟେଡ ଗାଲଭାଲିୟମ ସିଟ୍ସ ୨ଲକ୍ଷ ଟିପିଏ କ୍ଷମତା ବିଶିଷ୍ଟ ରୁଙ୍ଗଟା ମେଟାଲ ପ୍ରା.ଲିଃ ୟୁନିଟ-୨ ସଂସ୍ଥା କାର୍ଯ୍ୟ କରିବ। ଯେଉଁଥିରେ ୨୧୪ ଜଣ ନିଯୁକ୍ତି ପାଇବେ।

ଅନ୍ୟପକ୍ଷରେ ଜାମଦା ବ୍ଲକରେ ୩୯୨.୫୬ କୋଟି ଟଙ୍କାରେ ଆଇରନ ଓର ବେନିଫିକେସନ ୨.୪ ଏମଟିପିଏ ଓ ଆଇରନ ଓର ପେଲେଟ ୨.୪ ଏମଟିପିଏ କ୍ଷମତା ବିଶିଷ୍ଟ ଆରସିଆର ଷ୍ଟିଲ ୱାର୍କ୍ସ ପ୍ରା.ଲିଃ କାର୍ଯ୍ୟ କରିବ। ଏଥିରେ ୨୮୦ ଜଣ ନିଯୁକ୍ତି ପାଇବେ। ସେହିପରି ଜାମଦା ବ୍ଲକରେ ଆରସିଆର ଷ୍ଟିଲ ୱାର୍କ୍ସ ପ୍ରା.ଲିଃର ଅନ୍ୟ ଏକ ବୃହତ୍‌‌ ଶିଳ୍ପ ଷ୍ଟିଲ ୭୮ଲକ୍ଷ ଟିପିଏ, ଫେରୋ ଆଲଏଜ ୧.୪୪ଲକ୍ଷ ଟିପିଏ, ସିପିପି ୮୫ ଏମଡବ୍ଲ୍ୟୁ କ୍ଷମତା ବିଶିଷ୍ଟ ଶିଳ୍ପ କାର୍ଯ୍ୟ କରିବ। ଏଥିରେ ୭୫୦ଜଣ ନିଯୁକ୍ତି ପାଇବେ ବୋଲି ସୂଚନାରେ ଦର୍ଶାଯାଇଛି। 

ଏଥିପାଇଁ ଅନେକ କମ୍ପାନୀ ମଞ୍ଜୁରୀ ଲାଭ କରିଥିବା ବେଳେ ନିର୍ମାଣ କାମ ଆରମ୍ଭ ହୋଇଛି। ଏଥିପାଇଁ ଅନେକକୁ ଜମି ଆବଣ୍ଟନ ସରିଛି। ଏହି ସଂସ୍ଥା ବା କମ୍ପାନୀ ସବୁ ଆସନ୍ତା ୨ବର୍ଷରୁ ୫ବର୍ଷ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବ ବୋଲି ଦର୍ଶାଯାଇଛି।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ମାନସିକ ଅଶାନ୍ତି ସହ କଠିନ ପରିସ୍ଥିତିର ସାମ୍ନା କରିବେ! ପଢନ୍ତୁ ରାଶିଫଳ 

Share this story