ବ୍ରହ୍ମପୁର ବାସିନ୍ଦା ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ମହିଳା ADC 
 

Odisha Girl Squadron Leader Manisha Padhi Becomes Indias First Woman ADC
ଗଞ୍ଜାମ ଝିଅ ହେଲେ ଦେଶର ପ୍ରଥମ ମହିଳା ADC 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆ ଝିଅ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ମହିଳା ADC । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ମନୀଷା ଗଞ୍ଜାମ ଜିଲ୍ଲ ବ୍ରହ୍ମପୁର ବାସିନ୍ଦା। ତାଙ୍କର ମାତାପିତା ଭୁବନେଶ୍ବରରେ ରୁହନ୍ତି। ମନୀଷା ଭୁବନେଶ୍ବର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର।

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ପରିଚୟ କରାଯାଇଥିଲା। ମନୀଷା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି ।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story