ସ୍ବପ୍ନ ଆଜି ପୂରଣ ହେଲା, ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Odisha CM Naveen Patnaik Inaugurate Srimandir Parikrama Prakalpa
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଗସିପ୍ ବ୍ୟୁରୋ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ସ୍ବପ୍ନ ବାସ୍ତବ ରୂପରେ ପରିଣତ ହୋଇଛି। ପୁରୀକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖି ଥିବା ସ୍ବପ୍ନ ଆଜି ପୂରଣ ହୋଇଛି। 

ଶ୍ରୀକ୍ଷେତ୍ରର ଐହିହ୍ୟରେ ଯୋଡି ହୋଇଛି ନୂଆ ଫର୍ଦ୍ଦ। ବିଶ୍ୱ ଦେଖୁଛି ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି।ପୌଷ ଶୁକ୍ଳ ସପ୍ତମୀ । ସମୟ ଅପରାହ୍ନ ଗୋଟାଏ ୧୫ ରୁ ସାଢ଼େ ଗୋଟାଏ ମଧ୍ୟରେ ବିଶ୍ବ ଦେଖିଛି କୋଟି କୈବଲ୍ୟଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଅଧିକା ପଢନ୍ତୁ : ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ଫଳକରେ ନଡ଼ିଆ ପିଟି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଅଧିକା ପଢନ୍ତୁ : ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ଶ୍ରୋତ୍ରୀୟବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପୁରା ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ୱନୀରେ ମୁଖରିତ ହୋଇଉଠୁଥିଲା ଖଣ୍ଡମଣ୍ଡଳ। ଭକ୍ତର ଭକ୍ତିରେ ଆଜି ଭିଜିଥିଲା ଶ୍ରୀ କ୍ଷେତ୍ର । ଆବାଳବୃଦ୍ଧବନିତା ଦେଖୁଥିଲେ ବିଶ୍ୱ ନିୟନ୍ତାଙ୍କ ଏହି ଅପରୂପ ସୋନ୍ଦର୍ଯ୍ୟ। ତାହା ସହ ଜଡି ହୋଇଯାଇଥିଲା ବିଶ୍ଵ ଐତିହ୍ୟ ମାନଚିତ୍ରରେ ଶ୍ରୀ କ୍ଷେତ୍ରର ନୂଆ ଇତିହାସ। ଭାବ,ଭକ୍ତି ର ସହ ବିଶ୍ଵ ଦେଖିଲା ବିଶ୍ଵ ନିୟନ୍ତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । 

ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ସାରା ବିଶ୍ବ ଏବେ ଜଗନ୍ନାଥମୟ ହୋଇ ଉଠିଥିଲା। ଶ୍ରୀ କ୍ଷେତ୍ର ଦେଖି ଭକ୍ତ ବିମୋହିତ ହୋଇଛି। ଚାରିଆଡ଼େ ଘଣ୍ଟ, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଥିଲା ସାରା ମର୍ତ୍ତ୍ୟ ମଣ୍ଡଳ। 

ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ଆଜି ସମାପନ ହୋଇଯାଇଛି ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ଏହି ପରିକ୍ରମା ପ୍ରକଳ୍ପକୁ ବିଶ୍ଵ ସବୁଦିନ ପାଇଁ ମନେ ରଖିବ । ତା ସହ ରାଜ୍ୟ ସରକାରଙ୍କ ଉଦ୍ୟମ ଓ କଠିନ ପରିଶ୍ରମର ମିଠା ଫଳ ଆଜି ପ୍ରାପ୍ତି ହୋଇଛି। ଶ୍ରୀ କ୍ଷେତ୍ର ର ଶ୍ରୀ ବଢ଼ିଛି । ନବୀନ ଇତିହାସ ରଚାଯାଇ ସାରିଛି।

ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
 

Share this story