ଆଜି ଏହି ଜିଲ୍ଲାରେ ୮୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
 

Odisha CM Naveen Inaugurates 87-5T Transformed High in jajpur
ଆଜି ଯାଜପୁର ଜିଲ୍ଲାରେ ଲୋକାର୍ପିତ ହେବ ୮୭ଟି ରୂପାନ୍ତରିତ ହାଇସ୍କୁଲ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାରା ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ରୂପାନ୍ତରୀକରଣ କରି ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା। ଏହି କ୍ରମରେ ଯାଜପୁର ଜିଲ୍ଲାରେ ରାଜ୍ୟର ପ୍ରଥମ ଅଭିନବ ଶିକ୍ଷା କ୍ୟାମ୍ପସ ତିଆରି କରାଯାଇଛି। ଯାହାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅପରାହ୍ଣରେ ଉଦ୍‌ଘାଟନ କରିବେ। 

ଯାଜପୁର ସହରର ମଧ୍ୟ ଭାଗରେ ରହିଥିବା ସରକାରୀ ବାଳିକା ବିଦ୍ୟାଳୟକୁ ରୂପାନ୍ତରଣ କରାଯାଇଛି। ଏହାକୁ ସରକାରୀ ବାଳିକା ହାୟର ସେକେଣ୍ଡାରୀ ବିଦ୍ୟାଳୟ କରାଯାଇଛି। ଏହି କ୍ୟାମ୍ପସରେ ଅଙ୍ଗନବାଡିଠାରୁ +୨ ପାଠ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି। ଏପରିକି ଅବାଞ୍ଛିତ ଶିଶୁଙ୍କ ପାଇଁ କ୍ରେଚର ବା ଝୁଲାର ବ୍ୟବସ୍ଥା ହୋଇଛି। ଅତି ଆକର୍ଷଣୀୟ ଭାବେ ସ୍କୁଲ ନିର୍ମାଣ କରାଯାଉଥିବା ବେଳେ ରାଜ୍ୟ ଏହା ଶ୍ରେଷ୍ଠ ‘୫-ଟି’ ସ୍କୁଲର ମାନ୍ୟତା ପାଇବ ବୋଲି ଦାବି କରାଯାଉଛି।

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଶିକ୍ଷାର ବିକାଶ ସହ ଘରୋଇ ସ୍କୁଲମୁହାଁ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମାନ ସୁବିଧା ଥିବା ସରକାରୀ ସ୍କୁଲକୁ ଆକର୍ଷିତ କରିବା ପାଇଁ ମୋ ସ୍କୁଲ ଯୋଜନାରେ ସ୍କୁଲ ରୂପାନ୍ତରିତ କରାଯାଉଛି। ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ ରୂପାନ୍ତୀକରଣ ଶେଷ ହୋଇଥିବା ବେଳେ କେବଳ ଯାଜପୁର ଜିଲ୍ଲାର ଚତୁର୍ଥ ପର୍ଯ୍ୟାୟରେ ନିର୍ମାଣଧୀନ ଥିବା ୮୭ଟି ସ୍କୁଲର ଉଦଘାଟନ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଯାହାକୁ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦଘାଟନ ହେବ। ତେବେ ଯାଜପୁର ସହରର ମଧ୍ୟଭାଗରେ ୧୯୬୩ରେ ପ୍ରତିଷ୍ଠା ହୋଇଥିବା ସରକାରୀ ବାଳିକା ହାଇସ୍କୁଲ ଏବେ ରାଜ୍ୟର ଶ୍ରେଷ୍ଠ ‘୫-ଟି’ ସ୍କୁଲ ଭାବେ ପରିଚୟ ପାଇବାକୁ ଯାଉଛି।

ଏହି ସ୍କୁଲ ଜିଲ୍ଲାର ଏକ ସର୍ବପୁରାତନ ସ୍କୁଲ ହୋଇଥିବାବେଳେ ଉଚ୍ଚମାନର ଶିକ୍ଷାଦାନ ଓ ସଫଳ ଛାତ୍ରଛାତ୍ରୀ ଗଢ଼ିବାରେ ସ୍କୁଲର ଭିନ୍ନ ପରିଚୟ ରହିଛି। ତେବେ ଜିଲ୍ଲାର ଏହି ସ୍କୁଲ ଏବେ ଅତିସୁନ୍ଦର ଭାବେ ରୂପାନ୍ତରିତ ହୋଇସାରିଛି। ସମ୍ପୂର୍ଣ୍ଣ ନୂଆ ରୂପରେ ଗଢ଼ିଉଠିଥିବା ଏହି ସ୍କୁଲକୁ ଚାହିଁଲେ ଆଖି ଲାଖି ଯାଉଛି। କାରଣ ଏହି ସ୍କୁଲରେ ଅଙ୍ଗନବାଡି ଶିକ୍ଷାଦାନଠାରୁ +୨ ପର୍ଯ୍ୟନ୍ତ ଶିକ୍ଷାଲାଭର ସୁବିଧା ରହିଛି। 

ଗୋଟିଏ କ୍ୟାମ୍ପସ ଭିତରେ ଏହାକୁ ନିର୍ମାଣ କରାଯାଉଥିବାବେଳେ ସ୍କୁଲର ବିଭିନ୍ନ ବିଭାଗକୁ ଭିନ୍ନ ଭିନ୍ନ ବ୍ଲକରେ ବିଭକ୍ତ କରାଯାଇଛି। ଏହାର ପ୍ରବେଶ ପଥଠାରୁ ଆରମ୍ଭ କରି ଶ୍ରେଣୀ ଗୃହ ସମସ୍ତ ଜିନିଷ ଅତି ଉଚ୍ଚମାନର ଓ ବ୍ୟୟବହୁଳ କରାଯାଇଛି। ଏଥିରେ ୨୪ଟି ସ୍ମାର୍ଟ କ୍ୟାସରୁମ୍‌‌ ରହିଥିବାବେଳେ ଅତ୍ୟାଧୁନିକ ବିଜ୍ଞାନଗାର, ପାଠାଗାର, ଶୌଚାଳୟ, ପାର୍କି ଓ ଭୋଜନାଳୟ ରହିଛି।

ଏପରିକି ସ୍କୁଲ ପରିସରରେ ଫୁଡ୍‌କୋର୍ଟ ନିର୍ମାଣ କରାଯାଇଛି। ୩ ମାସ ହେବ ଏଠାରେ ପାଠପଢ଼ାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ନିକଟ ହକି ଷ୍ଟାଡିୟମରେ ପାଠପଢ଼଼ା କରାଯାଇ ଏହାର ରୂପାନ୍ତୀକରଣ କରାଯାଉଛି। ରାଜ୍ୟ ବାହାରର ୩ ଶହ ଶ୍ରମିକଙ୍କ ସହଯୋଗରେ ରାତିଦିନ ଏହାର ନିର୍ମାଣ ଚଲିଛି। ଏହି ସ୍କୁଲରେ ପ୍ରଥମରୁ ଦଶମ ୩୫୩ ଜଣ ଛାତ୍ରଛାତ୍ରୀ ପଢ଼଼ୁଥିବା ବେଳେ ୧୬ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। 

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର

ଆଗାମୀ ଦିନରେ ଏଠାରେ ଅଙ୍ଗନବାଡି ଓ + ଦୁଇ ପାଠପଢ଼଼ା ଗଲେ ଏହା ପରିବେଶ ଅତି ଆକର୍ଷଣୀୟ ହେବା ସହ ଏକ ଶ୍ରେଷ୍ଠ ସ୍କୁଲର ପରିଚୟ ପାଇପାରିବ। ସରକାରୀ ବାଳିକା ହାଇସ୍କୁଲ ବହୁ ପୁରୁଣା ସ୍କୁଲ ଭାବେ ନିଜର ପରିଚୟ ସୃଷ୍ଟି କରିଥିବାବେଳେ ଏପରି ସୁନ୍ଦର ରୂପାନ୍ତୀକରଣ ସାରା ରାଜ୍ୟରେ ନିଆରା।

ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ୍‌‌ ଆମ ସ୍କୁଲ ଏକ ନିଆରା ସ୍କୁଲରେ ପରିଣତ ହେବାକୁ ଯାଉଛି। ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ବହୁ ଆନନ୍ଦିତ ଅଛନ୍ତି ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ମହାପାତ୍ର କହିଛନ୍ତି। ଆସନ୍ତାକାଲି ହେବାକୁ ଥିବା ଏହି ଉଦ୍‌‌ଘାଟନ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ସ୍କୁଲ ପରିସରକୁ ଯାଇ ସେଠାରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ମାନସିକ ଅଶାନ୍ତି ସହ କଠିନ ପରିସ୍ଥିତିର ସାମ୍ନା କରିବେ! ପଢନ୍ତୁ ରାଶିଫଳ 
 

Share this story