କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ ସହ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟ କଲେ ମୁଖ୍ୟମନ୍ତ୍ରୀ
 

Odisha CM launches LAccMI Bus Yojana In Kalahandi
କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । 

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି   ଜୋରରେ ଆଗକୁ ନେବ । ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ନବୀନ। ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ରୂପାନ୍ତରଣରେ କଳାହାଣ୍ଡି ସାଜିଛି ଉଦାହରଣ । କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି । ସଫଳତାର ନୂଆ କାହାଣୀ ଯୋଡ଼ିଛି । 

ଅଧିକ ପଢ଼ନ୍ତୁ : ଆସୁଛି ବର୍ଷା, ଥରିବ ଓଡିଶା ! ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ହେବ ହାଲୁକା ବର୍ଷା, ଜାଣନ୍ତୁ କେବେ ?

ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଯୋଗାଉଛି । ଇନ୍ଦ୍ରାବତୀ ପ୍ରକଳ୍ପ ବିକାଶର ଇଞ୍ଜିନ ସାଜିଛି। ଏହି ପ୍ରକଳ୍ପ କଳାହାଣ୍ଡିର ଭବିଷ୍ୟତକୁ ଉଜ୍ବଳ କରିଛି । ଖୁବ୍ ଶୀଘ୍ର ଜିଲ୍ଲାରେ ନବୀନ ଓଡ଼ିଶା କାର୍ୟ୍ୟକାରୀ ହେବ । ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ଲାଗି ଏହି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ କରିଛି ଲକ୍ଷ୍ମୀ । ଏହା ଗାଁକୁ ଗାଁ ଯୋଡିବା ସହ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୀତି ଆହୁରି ମଜଭୁତ୍ କରି ସମସ୍ତଙ୍କୁ ବିକାଶ ସହିତ ଯୋଡିବ ଲକ୍ଷ୍ମୀ ବସ୍ । ଲୋକଙ୍କ ଆବଶ୍ୟକତା ଅନୁସାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି । 

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ଲୋକଙ୍କ ଘର ପାଖକୁ ବସ୍ ଆସିବ । ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଚାଷୀଙ୍କ ପାଇଁ ବଜାର ଓ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ଗାଁ ସହିତ ଯୋଡ଼ିବ ଲକ୍ଷ୍ମୀ । ଏଥିପାଇଁ ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଯାହାକି ଓଡ଼ିଶାର ବିକାଶକୁ ଆହୁରି ଉଜ୍ବଳ କରିବ । ସୁଲଭ ଦର, ସହଜ ଯାତାୟାତ ଏବଂ ଅତ୍ୟାଧୁନିକ ବସ ସେବାକୁ ନେଇ ଉତ୍ସାହିତ ଅଛନ୍ତି ଗାଁ ଲୋକେ ।

ସେହିପରି,  କଳାହାଣ୍ଡି ୟୁନିଭର୍ସିଟି ନାଁ ବଦଳିଛି। କଳାହାଣ୍ଡି ୟୁନିଭର୍ସିଟି ନାଁ ମା’ମାଣିକେଶ୍ୱରୀ ୟୁନିଭର୍ସିଟି ନାଁରେ ନାମିତ ହୋଇଛି। ଏ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

କଳାହାଣ୍ଡିରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି ।

୯୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । ୧୦୦ ସିଟରେ ନାମଲେଖା ପାଇଁ NMC ଠାରୁ ଅନୁମତି ଦେଇଛି । ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ।

ଅଧିକ ପଢ଼ନ୍ତୁ : ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 
 

Share this story