ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବକୁ ମୋହର, ଜାଣନ୍ତୁ କେଉଁ ସବୁ ପ୍ରସ୍ତାବ ରହିଛି...

Odisha Cabinet Gives Nod to 10 projects

ଓଡ଼ିଆ ଗସିପ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି ।

ଏଥି ସହିତ ଆଜିର କ୍ୟାବିନେଟ୍ ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର ପ୍ରସ୍ତାବକୁ ମଂଜୁରୀ ମିଳିଛି । ସେହିପରି ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି । ଭୁବନେଶ୍ବର, ଜଟଣୀ ତହସିଲରେ ଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

ଅଧିକ ପଢ଼ନ୍ତୁ: ସାବଧାନ ! ଏହି ରାଶି ଲୋକ! ପରିବାରରେ ଅଶାନ୍ତି ସହ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ, ପଢନ୍ତୁ ଆଜିର ରାଶିଫଳ

ପୂର୍ବ ବ୍ୟବସ୍ଥା ଅନୁଯାୟୀ ଏସବୁ ଭୂମିହୀନ ପୁରୀ ପୌରସଂସ୍ଥା ଅଧୀନରେ ଲିଜ୍ ସୂତ୍ରରେ ଜମି ପାଇଥିଲେ । ସେହିପରି ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ମାଧ୍ୟମିକ ବୋର୍ଡ ହାଇସ୍କୁଲ । ଓଡ଼ିଶା ସାମାଜିକ ସୁରକ୍ଷା ସେବା କ୍ୟାଡରର ହେବ ସଂଶୋଧନ । ଏଥିସହ MSME ନୀତି -୨୦୨୨ ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ହେବ ସଂଶୋଧନ । ଓଡ଼ିଶା ଜିଲ୍ଲା ଦେଓ୍ବାନି ଅଦାଲତ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ଅଧିନିୟମ-୨୦୦୮ରେ ସଂଶୋଧନ ହେବ । ମୋଟ୍ ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି ।

ସେହିପରି ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଷୋଧ କରାଯିବା ନେଇ ପରିବହନ ବିଭାଗ ଏକ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ସ୍କ୍ରାପ୍‌ କରିବାକୁ ଇଛୁକ ଗାଡ଼ି ମାଲିକଙ୍କ ଜରିମାନା ଓ ଟିକସ ଛାଡ଼ ହେବ । ଟିକସ ଦେଇ ଗାଡ଼ି ଚଳାଇବାକୁ ଇଚ୍ଛା କଲେ, ଜରିମାନା ସଂପୂର୍ଣ୍ଣ ଛାଡ଼ କରାଯିବ ।  ଜରିମାନା ଛାଡ଼ ସହ ଗାଡ଼ିର ବୟସ ଅନୁଯାୟୀ ଟିକସକୋହଳ ହେବ ବୋଲି ନିଷ୍ପତ୍ତି ହୋଇଛି ।

ଅଧିକ ପଢ଼ନ୍ତୁ: ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, କାଚ ଭଳି ଚମକି ଉଠିବ ଆପଣଙ୍କ ତ୍ବଚା !

ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରୀପର ହେବ ନବୀକରଣ । ଏହି ଏୟାରଷ୍ଟ୍ରୀପର ଆଧୁନିକୀକରଣ ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ତୁଷୁରା ଏୟାରଷ୍ଟ୍ରୀପର ନବୀକରଣ ପାଇଁ ୬୫ କୋଟି ଟଙ୍କା ମଧ୍ୟ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୫ ଏବଂ ୬ ରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ଲୋକ ତୁଷୁରା ଏୟାରଷ୍ଟ୍ରୀପରର ଉନ୍ନିତିକରଣ ପାଇଁ ପ୍ରସ୍ତାବ ଦେଇଥିଲେ । ଏହାପରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଏୟାରଷ୍ଟ୍ରୀପର ଆଧୁନିକୀକରଣ ଯୋଜନାକୁ ଅନୁମୋଦନ କରିଛନ୍ତି ।

Share this story