ଖୁଚୁରା ନ ଥିଲେ ‘ମୋ ବସ୍‌‌’ ମନା ! କ୍ରୁଟର ଟ୍ବିଟ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା, ଏହି ସବୁ ବ୍ୟବସ୍ଥା କରିବାକୁ ଦାବି

no one will allowed in Mo Bus if they dont tender changes

ଓଡ଼ିଆ ଗସିପ୍ ବ୍ୟୁରୋ: ପକେଟରେ ଖୁଚୁରା ଟଙ୍କା ନାହିଁ ତ ଆପଣ ମୋ ବସରେ ଯାତ୍ରା କରି ପାରିବେନି! ସିଧାସଳଖ ନହେଲେ ମଧ୍ୟ କ୍ରୁଟର ଏକ ଟ୍ବିଟ ପରୋକ୍ଷରେ ଏଭଳି କଥା ଆଡ଼କୁ ଇଙ୍ଗିତ କରିଛି । ‘ବସରେ ଯାତ୍ରା ସମୟରେ ଖୁଚୁରା ଟଙ୍କା ପାଖରେ ରଖନ୍ତୁ, ଟିକେଟର ମୂଲ୍ୟ ଅନୁସାରେ ଦିଅନ୍ତୁ’ ବୋଲି କ୍ରୁଟ ପକ୍ଷରୁ ଏପରି ଟ୍ବିଟ କରାଯାଇଛି । ଏହାପରେ ଟ୍ବିଟରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

କ୍ରୁଟ୍‌‌ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ୱା ହେବାରେ ଲାଗିଛି। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବା କ୍ୟୁଆର କୋର୍ଡ ଲଗାଇବାକୁ ପ୍ରାୟ ୫୦ ଜଣ ଦାବି କରିଛନ୍ତି । ଏ ପର୍ଯ୍ୟନ୍ତ କାହିଁକି ୟୁପିଆଇ ପେମେଣ୍ଟ ବ୍ୟବସ୍ଥା କରାଯାଇ ନାହିଁ ବୋଲି ଏକାଧିକ ଲୋକ ପ୍ରଶ୍ନ କରିଛନ୍ତି । କଣ୍ଡକ୍ଟର କାହିଁକି ଖୁଚୁରା ଟଙ୍କା ରଖିବେ ନାହିଁ ବୋଲି ଜୟଦେବ ରାଣା ନାମକ ଜଣେ ୟୁଜର ଓଲଟା ପ୍ରଶ୍ନ କରିଛନ୍ତି । ରାସ୍ତା କଡ଼ ଉଠା ଦୋକାନରେ ୟୁପିଆଇ ବ୍ୟବସ୍ଥା ରହୁଥିବାବେଳେ ମୋ ବସରେ ମଧ୍ୟ ଟିକେଟ ପାଇଁ ୟୁପିଆଇ ବ୍ୟବସ୍ଥା କରିବାକୁ ମନୋରଞ୍ଜନ ନାୟକ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ଠାକୁରଙ୍କ ନାଁ ରେ ଫାର୍ସ, ଶ୍ରବଣ ମାସରେ ଶିବଙ୍କ ବେଶ ଧରି କାଉଡ଼ିଆ ଖାଇଲେ ଚିକେନ୍ ବିରିୟାନୀ!

ଏଇଟା ୧୯୯୦ ମସିହା ନୁହଁ ୨୦୨୩ ମସିହା, ସମସ୍ତ ରୁଟର ବସରେ ୟୁପିଆଇ ବ୍ୟବସ୍ଥା କରିବାକୁ ଭବେଷ କୁମାର ଦାବି କରିଛନ୍ତି । ସେପଟେ ‘କଣ୍ଡକ୍ଟରମାନେ ଛୋଟ ଟଙ୍କିକିଆ ମୁଦ୍ରା ନେଉ ନାହାନ୍ତି, ସେଥିଲାଗି ମୋତେ ଆଜି ଅଧିକ ଟଙ୍କା ଦେବାକୁ ପଡ଼ିଲା’ ବୋଲି ଦେବୀ ମହାପାତ୍ର ଅଭିଯୋଗ କରିଛନ୍ତି । କ୍ରୁଟ ଅଧୀନରେ ଥିବା ମୋ ବସରେ ପ୍ରତିଦିନ ହଜାର ହଜାର ଲୋକ ଯିବାଆସିବା କରୁଛନ୍ତି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ଯାଏଁ ସମସ୍ତେ ମୋ ବସ୍‌‌ ଉପରେ ନିର୍ଭରଶୀଳ ।

ରାସ୍ତା କଡ ଉଠା ଦୋକାନ ଠାରୁ ଆରମ୍ଭ କରି ବଡ଼ବଡ଼ ସପିଂ ମଲ ଯାଏଁ ସବୁଠି କ୍ୟୁଆର କୋର୍ଡ ପେମେଣ୍ଟ ବ୍ୟବସ୍ଥା ରହିଛି । ଡିଜିଟାଲ ପେମେଣ୍ଟକୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ମୋ ବସରେ କ୍ୟୁଆର କୋର୍ଡ ପେମେଣ୍ଟ ବ୍ୟବସ୍ଥା କରାଯାଇନାହିଁ । ଫଳରେ ମୋ ବସରେ ଯାଉଥିବା ଯାତ୍ରୀମାନେ ଅନେକ ସମୟରେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଟିକେଟର ମୂଲ୍ୟ ଅନୁସାରେ ଟଙ୍କା ନଦେଇ ପାରିବାରୁ ଯାତ୍ରୀମାନେ କଣ୍ଡକ୍ଟରଙ୍କ ରୋଶର ଶିକାର ହେଉଛନ୍ତି ।

ଅଧିକ ପଢ଼ନ୍ତୁ : ଶନି ଦୋଷ ଦୂର କରିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି ଗୋଟିଏ କାମ, ଦୂର ହେବ ୧୪ ବର୍ଷର ଶନି ଦୋଷ!

ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଟିକେଟ ମୂଲ୍ୟ ଠାରୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି । ଏମିତିକି ଖୁଚୁରା ଟଙ୍କା ନଥିବାରୁ ଯାତ୍ରୀମାନଙ୍କୁ ଅନେକ ସମୟରେ ବସରୁ ଓହ୍ଲାଇ ଦିଆଯାଇଥିବାର ନଜିର ରହିଛି । ନଗଦ ଟଙ୍କା କାରବାର ପାଇଁ ଖୁଚୁରା ଟଙ୍କା ଖୋଜୁ ଖୋଜୁ ଯାତ୍ରୀମାନେ ବସ୍‌‌ ଫେଲ୍‌‌ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । କ୍ୟୁଆର କୋର୍ଡ ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ମୋ ବସ୍‌‌ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉ ନଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Share this story