ଦେଖନ୍ତୁ ଭିଡ଼ିଓ : ଠାକୁରଙ୍କ ନାଁ ରେ ଫାର୍ସ, ଶ୍ରବଣ ମାସରେ ଶିବଙ୍କ ବେଶ ଧରି କାଉଡ଼ିଆ ଖାଇଲେ ଚିକେନ୍ ବିରିୟାନୀ!

Lord Shiva devotees eat chicken biriyani in sravana month

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନ ଚାଲିଛି ଶ୍ରାବଣ ମାସ, ଏହି ମାସକୁ ଭଗବାନ ଶିବଙ୍କର ପ୍ରିୟ ମାସ ଭାବରେ ଗଣାଯାଉଥିବା ବେଳେ ଶିବଭକ୍ତ ମାନେ କାଉଡ଼ିଆ ସାଜି ଶିବ ଲିଙ୍ଗ ଉପରେ ପାଣି ଢ଼ାଳିଥାନ୍ତି । କେବଳ ସେତିକି ନୁହେଁ ମାସ ସାରା ଆମିଷ ଛାଡ଼ିବା ସହିତ ବହୁ ନୀତିନିୟମର ମଧ୍ୟ ପାଳନ କରାଯାଇଥାଏ। ତେବେ, ଚଳିତ ବର୍ଷ ଶ୍ରାବଣ ଯୋଡ଼ା ମାସ ଅଥବା ମଳ ମାସ ହୋଇଛି ।

ତେଣୁ, ଚଳିତବର୍ଷ ଶ୍ରାବଣ ଦୁଇ ମାସ ପର୍ଯ୍ୟନ୍ତ ପାଳନ କରାଯିବ । ମଳ ମାସ ହୋଇଥିବାରୁ କାଉଡ଼ିଆ ମାନେ ଚଳିତ ମାସରେ ପାଣି ନ ଢାଳି ଆସନ୍ତା ମାସ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ଏଭଳି ପରିସ୍ଥିତିରେ କିଛି ଅସାମାଜିକ ଯୁବପିଢ଼ି କାଉଡ଼ିଆ ବେଶରେ ଆଶିଷ ଖାଉଥିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ : ଶନି ଦୋଷ ଦୂର କରିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି ଗୋଟିଏ କାମ, ଦୂର ହେବ ୧୪ ବର୍ଷର ଶନି ଦୋଷ!

ଭିଡ଼ିଓରେ ସ୍ପଷ୍ଟ ଭାବରେ ବାରି ହେଉଛି ଯେ କିଛି ଯୁବକଙ୍କୁ ଗେରୁଆ ବସ୍ତ୍ର ଏବଂ କାଉଡ଼ିଆ ବେସ ଧରିଥିବାର ଦେଖିବାକୁ ମିଳୁଛି । ଏପରିକି କିଛି ଯୁବକ ଦେହରେ ରଙ୍ଗ ଲଗାଇ ଶିବଙ୍କର ରୂପ ମଧ୍ୟ ଧାରଣ କରିଛନ୍ତି ।

ଦେଖନ୍ତୁ ଭିଡ଼ିଓ :

ଏହା ସତ୍ତ୍ୱେ ସେମାନେ ଏକ ଫାଷ୍ଟଫୁଡ୍ ଦୋକାନରେ ବସି ଚିକେନ୍ ପକୋଡ଼ା ଏବଂ ଅଣ୍ଡା ଖାଉଥିବାର ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ଏହି ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଏମାନେ ସନାତନ ଧର୍ମ ଏବଂ ଭଗବାନଙ୍କର ଖୋଲାଖୋଲି ମଜାକ୍ ଉଡାଉଥିବାରୁ ଲୋକେ ପ୍ରତିକ୍ରିୟା ରଖିଛନ୍ତି ।

Share this story